ଦେଶରେ ଆସିବ ନୂଆ ସାଇବର୍ ସିକ୍ୟୁରିଟି ପଲିସି, ହ୍ୟାକରଙ୍କୁ ଲାଗିବ ଝଟକା, ଚୀନ୍‌ର ସାଇବର୍ ଆକ୍ରମଣକୁ କରିବ ପ୍ରତିହତ

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ, ୧୫|୦୮:  ଗତ ୨ ମାସ ୨ ଟି ପର୍ଯ୍ୟାୟରେ ୧୦୦ରୁ  ଅଧିକ ଚାଇନିଜ ଆପକୁ ବ୍ୟାନ କରିବାପରେ ସାଇବର ଆଟାକକୁ ରୋକିବାକୁ ଆଉଏକ ବଡ଼ ଯୋଜନା । ଲାଲ୍‌କିଲାରୁ  ନୂଆ ସାଇବର ୱାରକୁ ପ୍ରତିହତ କରିବା ପାଇଁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ଭାରତ ସରକାର ଆଣିବେ ନୂଆ ସାଇବର ସିକ୍ୟୁରିଟି ପଲିସି । ଚାଇନା ଓ ପାକିସ୍ତାନ ଭଳି ଦେଶ ପକ୍ଷରୁ ଭାରତ ପ୍ରତି ଥିବା ଥ୍ରେଟର ଫାୟାର ୱାଲ୍‌ ହେବ ନୂଆ ସାଇବର ସିକ୍ୟୁରିଟି ପଲିସି।

{"id":315054,"width":614,"height":355,"sizeSlug":"large"}

ଖୁବ୍‌ଶୀଘ୍ର ଦେଶରେ ଆସିବ ନୂଆ ସାଇବର ସିକ୍ୟୁରିଟି ପଲିସି । ଭାରତର ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ସୂଚନା ତଥ୍ୟ ହ୍ୟାକ୍‌ ପାଇଁ ଯେଉଁ ଉଦ୍ୟମ ହେଉଛି ତାକୁ ପ୍ରତିହତ କରିବାକୁ ନୂଆ ପଲିସି ଆଣିବେ କେନ୍ଦ୍ର ସରକାର । ଏନେଇ ଲାଲ୍‌ କିଲା ଉପରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଘୋଷଣା କରିଛନ୍ତି ।  ଉଭୟ ଚାଇନା ଓ ପାକିସ୍ତାନ ଯେଉଁଭଳି ଭାରତ ବିରୋଧରେ ଅପପ୍ରଚାର ପାଇଁ ସାଇବର ଯୁଦ୍ଧ ଆରମ୍ଭ କରିଛନ୍ତି ନୂଆ ପଲିସି ତାକୁ କାଉଣ୍ଟର କରିବ। ଚାଇନା ଭାରତ ଭିତରେ ସୀମା ବିବାଦକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଭାରତ ବିରୋଧରେ ଛଦ୍ମ ସାଇବର ୱାର ଆରମ୍ଭ କରିଦେଇଛି ଚାଇନା । ପାଗୋଙ୍ଗ ହ୍ରଦ ନିକଟରେ ଭାରତୀୟ ସୈନ୍ୟଙ୍କୁ ହାତଗୋଡ଼ ବାନ୍ଧି ପକାଇବା ଦୃଶ୍ୟ ଚାଇନା ୱେବସାଇଟାରେ ପ୍ରକାଶିତ ହେବା ହେଉ ବା କୋଭିଡ ବିଷୟରେ ସୂଚନା ଦେବା ନାଁରେ ଭାରତୀୟ ୱେବସାଇଟ୍‌ ଓ ସୋସିଆଲ ମିଡିଆରେ ସୂଚନା ଛାଡ଼ି ଭାରତୀୟ କମ୍ପାନି ଓ ଲୋକଙ୍କ ଆକାଉଣ୍ଟକୁ ହ୍ୟାକ କରିବା, ଏଭଳି ଅନେକ ସାଇବର ଆଟାକ କରି ଚାଲିଛି ଚାଲବାଜ ଚୀନ୍‌ । ନୂଆ ଆଇନ ଏହାର ମୁକାବିଲା କରିବ।  

{"id":315055,"width":585,"height":352,"sizeSlug":"large"}

ତଥ୍ୟ ଅନୁଯାୟୀ ୨୦୧୯ ପ୍ରଥମ ତିନିମାସ ଓ ୨୦୨୦ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ତୁଳନା କଲେ ଜଣାପଡ଼େ ଭାରତରେ ସାଇବର ଆଟାକ ୩୭ ପ୍ରତିଶତ ବଢିଛି । ବିଶେଷ କରି ୟୁଏସ୍‌ବି ଡ୍ରାଇଭ, ସିଡି, ଡିଭିଡି ପରି ଅଫ୍‌ଲାଇନ ଡିଭାଇସ ମାଧ୍ୟମରେ ସାଇବର ଆଟାକ ଜାରିରହିଛି । ୱେବ ଥ୍ରେଟ ଡିଟେକ୍‌ସନ୍‌ରେ ଭାରତ ବିଶ୍ବରେ ଏହି ସମୟ ମଧ୍ୟରେ ୩୨ ରାଙ୍କରୁ ବଢି ୨୭ରେ ପହଛିଲାଣି । ଚଳିତ ବର୍ଷ ପ୍ରଥମ ୩ ମାସରେ ଭାରତରେ ହଷ୍ଟ ହୋଇଥିବା ସର୍ଭର ଗୁଡ଼ିକ ଉପରେ  ପ୍ରାୟ ୨୩ ଲକ୍ଷ ସାଇବର ଆଟାକ ହୋଇଥିବା ଜଣାପଡ଼ିଛି । ବିଶ୍ବରେ ଏଭଳି ଆକ୍ରମଣ ଶିକାର ହେଉଥିବା ଦେଶ ମଧ୍ୟରେ ଭାରତର ସ୍ଥାନ ୧୧ ରହିଛି। ପରିସଂଖ୍ୟନ ସ୍ପଷ୍ଟ କରୁଛି ଆଗକୁ ଚାଇନିଜ ଓ ପାକିସ୍ତାନ ପଟୁ ସାଇବର ଆଟାକ ଭୟ ଆହୁରି ବଢିବ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଦେଶର ୬ ଲକ୍ଷ ଗାଁ ଆଗାମୀ ୧ ହଜାର ଦିନ ମଧ୍ୟରେ ଫାଇବର ଅପଟିକ୍ ମାଧ୍ୟମରେ ସଂଯୋଗ ହେବେ। ୱାନ ଇଣ୍ଡିଆ କାର୍ଯ୍ୟକ୍ରମରେ ଗାଁରେ ଉପଲବ୍‌ଧ ହେବ ଅବିରତ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା । ତେଣୁ ଆମେ ଯେତେ ଡିଜିଟାଲ ଇକନୋମୀ ଆଡ଼କୁ ଯିବା ସେତେ ସାଇବର ଆଟାକ ବିପଦ ଆଡ଼କୁ ବଢିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.