Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଆଇପିଏଲ-୨୦୨୧ରେ କିଏ ହେବେ ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ? ବଡ କଥା କହିଲେ ଦଳର ସିଇଓ

27/10/2020 at 5:45 PM

ଦୁବାଇ, ୨୭|୧୦ :  ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗସ୍ ପ୍ଲେ ଅଫରେ ପହଁଚିବାରେ ବିଫଳ ହୋଇଛି । ଆଇପିଏଲର ଦ୍ୱିତୀୟ ସଫଳ ଟିମ୍ ଚେନ୍ନାଇ ୟୁଏଇରେ ଚାଲିଥିବା ୧୩ତମ ସିଜିନରୁ ବାଦ୍ ପଡିଛି । ଏହାପରେ ଧୋନୀଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଧୋନୀଙ୍କ ସହ ଅନେକ ଖେଳାଳି ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାରେ ଫେଲ୍ ମାରିଛନ୍ତି ।

ଟୁର୍ଣ୍ଣାମେଣ୍ଟର ଆଗାମୀ ସିଜିନରେ ଚେନ୍ନାଇ ନୂଆ ରୂପରେ ପଡିଆକୁ ଓହ୍ଲାଇବ ବୋଲି ଆଲୋଚନା ହେଉଛି । ଅର୍ଥାତ ଅଧିନାୟକ ସହ ଅନେକ ଖେଳାଳିରେ ପରିବର୍ତ୍ତନ ହେବ । ଦଳର ଭବିଷ୍ୟତକୁ ନେଇ ଏପରି ବଡ ବୟାନ ଦେଇଛନ୍ତି ସିଇଓ କାଶୀ ବିଶ୍ୱାନାଥନ । ଏହାସହ ସେ ଦଳର ଆଗାମୀ ଅଧିନାୟକଙ୍କ ବାବଦରେ ମଧ୍ୟ କହିଛନ୍ତି ।

ସିଇଓ ବିଶ୍ୱନାଥନ କହିଛନ୍ତି ଯେ, ଆସନ୍ତା ଆଇପିଏଲ ୨୦୨୧ରେ ଧୋନୀ ହିଁ ଦଳର ନେତୃତ୍ୱ ନେବେ । ଏନେଇ ବିଶ୍ୱାସ ରହିଛି । ଆଇପିଏଲରେ ସିଏସକେ ୩ଥର ଚାମ୍ପିଅନ ହୋଇଛି । ପ୍ରଥମ ଥର ପାଇଁ ଦଳ ପ୍ଲେ ଅଫରେ ସ୍ଥାନ ପାଇନାହିଁ । ଖରାପ ବର୍ଷର ଅର୍ଥ ପରିବର୍ତ୍ତନ ନୁହେଁ ।

ସେ ଆହୁରି ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଦଳ କ୍ଷମତା ଅନୁସାରେ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଯେଉଁ ମ୍ୟାଚରେ ଦଳ ସହଜରେ ଜିତିବା କଥା ସେଠାରେ ପରାଜୟର ସ୍ୱାଦ ଚାଖିଛି । ସୁରେଶ ରାଇନା ଓ ହରଭଜନ ସିଂ ବାଦ୍ ପଡିବା ପରେ ଦଳ ସନ୍ତୁଳନ ହରାଇଥିବା ସେ ମାନିଛନ୍ତି ।

   Related Posts