Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ସାମ୍ନାକୁ ଆସିଲା OYO ହୋଟେଲର ନୂଆ ବିବାଦ….

5/06/2020 at 10:15 AM

ଭୁବନେଶ୍ୱର ୫/୦୬: ଅନ୍‌ଲାଇନ୍‌ ହୋଟେଲ୍‌ ସଂସ୍ଥା ‘ଓୟୋ’ର ପିଛା ଛାଡ଼ୁନି ବିବାଦ । କେତେବେଳେ ‘ଓୟୋ’ ହୋଟେଲ୍‌ ଜୁଆ ଆଡ୍ଡା ପାଲଟୁଛି ତ ପୁଣି କେଉଁ ହୋଟେଲରୁ ଯୁବତୀ ଉଦ୍ଧାର ହେଉଛନ୍ତି । ଏବେ ଏ ତାଲିକାରେ ଯୋଡି ହୋଇଛି ଆଉ ଏକ ନୂଆ ବିବାଦ । ବିଲ୍ଡିଂ ମାଲିକଙ୍କ ଟଙ୍କାରେ ମାଲେମାଲ୍‌ ହେବାର କାରସାଦି ସାମ୍ନାକୁ ଆସିଛି । ଘଡିକୁ ଘଡି ନିୟମ ବଦଳାଇ ଘର ମାଲିକଙ୍କୁ ଅଯଥା ଖର୍ଚ୍ଚାନ୍ତ କରାଉଛି ସଂସ୍ଥା । ଲୋଭନୀୟ ମଡେଲ୍‌ର ସ୍ୱପ୍ନ ଦେଖାଇ ମାଲିକଙ୍କୁ ଠକୁଛି । ଯାହାକୁ ନେଇ ଓୟୋରେ ଯୋଗ ଦେଇଥିବା ବିଲ୍ଡିଂ ମାଲିକ ଏବେ ଚିନ୍ତାରେ ।

‘ଓୟୋ’ ବିଲ୍ଡିଂ ଓନର୍ସ ଆସୋସିଏସନ୍‌ ଅଭିଯୋଗ କରିଛି, ଭୁବନେଶ୍ୱରରେ ପ୍ରାୟ ୨୫-୩୦ ଘରୋଇ ମାଲିକଙ୍କ ବିଲ୍ଡିଂରେ ‘ଓୟୋ’ ହୋମ୍‌ ଚାଲିଛି । ଏମାନଙ୍କୁ ସଂସ୍ଥା ପ୍ରଥମେ ଲୋଭନୀୟ ମଡେଲର ସ୍ୱପ୍ନ ଦେଖାଇଥିଲା । ଥରେ ବିଲ୍ଡିଂକୁ ହୋଟେଲ ଭଳି ରହିବା ଯୋଗ୍ୟ କରିଦେଲେ, ଜୀବନ ସାରା ଘରେ ବସି ଟଙ୍କା କମାଇବାର ଅଫର୍‌ ଦେଇଥିଲା । ଏଥିପାଇଁ ମାଲିକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଚୁକ୍ତି ମୁତାବକ, ଫିକ୍ସଡ୍‌ ରେଣ୍ଟ କିମ୍ବା ମିନିମମ୍‌ ଗ୍ୟାରେଣ୍ଟି ହିସାବରେ ମାସକୁ ମାସ ମାଲିକଙ୍କୁ ଟଙ୍କା ଦିଆଯାଉଥିଲା ।

ଏବେ “ଓୟୋ’ ହୋଟେଲ୍‌ ଭଳି ଶୈଳୀରେ ପାଉଣା ଦେବାକୁ ନୂଆ ଚୁକ୍ତି ପାଇଁ ବାଧ୍ୟ କରାଉଛି । ପୁରୁଣା ଚୁକ୍ତିକୁ ଭାଙ୍ଗିବାକୁ ଉପାୟ ଯୋଗାଡ଼ିଛି । ଭଳିକି ଭଳି ନୂଆ ଡକ୍ୟୁମେଣ୍ଟ ଡିପୋଜିଟ୍‌ କରିବାକୁ ମାଲିକଙ୍କୁ ବାଧ୍ୟ କରୁଛି । ସଂସ୍ଥାର ଏହି କାରସାଦିକୁ ଇନ୍ଧନ ଯୋଗାଇଛି ଲକ୍‌ଡାଉନ୍‌ । ଲକ୍‌ଡାଉନ୍‌ କଟକଣା ଯୋଗୁଁ ବେପାରରେ ଘୋର ମାନ୍ଦାବସ୍ଥା ଲାଗିଥିବା କହି ମାଲିକଙ୍କୁ ନୂଆ ଚୁକ୍ତି ପାଇଁ ଭୂତାଉଛି । ନୂଆ ଚୁକ୍ତିରେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବେ ବୋଲି ବିଲ୍ଡିଂ ମାଲିକମାନେ ଆଶଙ୍କା କରିଛନ୍ତି ।

ସେପଟେ ହୋଟେଲ ଓ ହୋମ୍‌ କର୍ମଚାରୀଙ୍କୁ ସଂସ୍ଥା ୩ ମାସ ଧରି ପାଉଣା ଦେଇନି । ହୋଟେଲ୍‌ର କେୟାର ଟେକର, ହାଉସ୍‌ କିପିଂ ଓ ସୁଇପରମାନେ ଏକାଠି ହୋଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ସଂସ୍ଥାର ବରିଷ୍ଠ ଅଧିକାରୀ କିନ୍ତୁ ଚୁପ୍‌ । କୌଣସି ଉତ୍ତର ଦେବେନି ବୋଲି ମନା କରିଛନ୍ତି । ସଫେଇ ଦେଇଛନ୍ତି, ହୋଟେଲ କର୍ମଚାରୀମାନଙ୍କୁ ଅନ୍ୟ ଏକ ସଂସ୍ଥା କାମରେ ରଖିଛି । ଉକ୍ତ ସଂସ୍ଥା ମାର୍ଚ୍ଚ ଓ ଏପ୍ରିଲ ମାସର ଦରମା ଦେଇ ସାରିଛି ।

   Related Posts