Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କାମ ହେବାର ୫ ମାସ ପୂରିନି, ଭାଙ୍ଗି ରୁଜି ନଷ୍ଟ ହୋଇଗଲା ଶବଦାହ ଗୃହ

24/01/2020 at 6:40 PM

କେନ୍ଦ୍ରାପଡା ୨୪।୦୧ – କାମ ହେବାର ୫ ମାସ ପୂରିନି, ଭାଙ୍ଗି ରୁଜି ନଷ୍ଟ ହୋଇଗଲା ଶବଦାହ ଗୃହ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ବଡମଙ୍ଗରାଜପୁରରେ ଦେଖିବା ପାଇଁ ମିଳିଛି ଏମିତି ଅଭାବନୀୟ ଘଟଣା । ବ୍ୟବହାରରେ ଲାଗିବା ପୂର୍ବରୁ ବ୍ୟବହାର ଅନୁପଯୋଗୀ ହୋଇ ପଡିଲା ଅଢେଇ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶବଦାହ ଗୃହ । ଏହାକୁ ନେଇ ବଢୁଛି ଅସନ୍ତୋଷ ।…

 ମାଟି ଓ ବାଲି ଉପରେ ଛିଞ୍ଚା ହୋଇଛି ସିମେଣ୍ଟ। ପାଦ ଚାପି ଦେଲେ ଦବି ଯାଉଛି ଢଳେଇ । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଳା ବଡମବଙ୍ଗରାଜ ପୁର ଗ୍ରାମରେ ଥିବା ଶବଦାହ ଗୃହର । ଗତ ଅଗଷ୍ଟ ମାସରେ ଅଢେଇ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ଗୃହ । ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିଲା ।

ଗ୍ରାମବାସୀ ଶବ ଦାହ ପାଇଁ ଆଣି ଶବ ରଖିବା ବେଳେ ଗୃହର କେନ୍ଦ୍ରସ୍ଥଳ ଦବି ଯାଇଥିଲା। ଖୋଳତାଡ ପରେ ନାମକୁ ମାତ୍ର ସିମଂଟେ ଲେସା ଯାଇଥିବା ନଜରକୁ ଆସିଥିଲା। ସିମେଣ୍ଟର ପତଳା ଆସ୍ତରରଣ ତଳୁ ବାହାରିଲା ମାଟି ଓ ବାଲି। ଖାଲି ସେତିକି ନୁହେଁ, ଛାତ ଓ ପ୍ଲାଷ୍ଟର ମଧ୍ୟ ଅତି ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଗ୍ରାମବାସୀ ଗାଁ ପଡିଆରେ ଶବଦାହ କରିବାକୁ ବାଧ୍ୟ ହେଉଛନ୍ତି ।   

କୁରୁଜଙ୍ଗା ପଂଚାୟତର ବଡମଙ୍ଗରାଜପୁର, ଡିଆ ପାଟଣା ଓ ବାୟା ବସା ଆଦି ୫ ଖଣ୍ଡ ଗଁ।ର ଲୋକେ ଶବଦାହ ପାଇଁ ଏହି ଶ୍ମସାନ ଉପରେ ନିର୍ଭର କରନ୍ତି । ଆବଶ୍ୟକତାକୁ ଦୃଷ୍ଟି ରଖି ଏଠାରେ ସରକାରଙ୍କ ପକ୍ଷରୁ ଏକ ଶବଦାହ ଗୃହ ନିର୍ମ।ଣ ପାଇଁ ଅଢେଇ ଲକ୍ଷ ଟଙ୍କା ମୁଞ୍ଜୁର ହୋଇଥିଲା । କିନ୍ତୁ ନିମ୍ନମାନର କାମ ଯୋଗୁଁ ଏବେ ଶବଦାହ ଗୃହ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଘଟଣାର ତଦନ୍ତ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

   Related Posts