ଗଞ୍ଜାମରେ ଅପରାହ୍ନ ୪ଟାରୁ ସକାଳ ୬ଟା ଯାଏଁ ସଟଡାଉନ୍, ଅମାନିଆ ଦୋକାନୀଙ୍କଠାରୁ ଆଦାୟ କରାଯିବ ଜରିମାନା

Published By : Prameya-News7 Bureau | June 30, 2020 IST

ବ୍ରହ୍ମପୁର, ୩୦|୦୬: ଗଞାମ ଜିଲ୍ଲାରେ ସକାଳ ୬ ଟାରୁ ଅପରାହ୍ନ  ୪ ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ଅପରାହ୍ନ ୪ ଟାରୁ  ସକାଳ ୬ ଟା  ପର୍ଯ୍ୟନ୍ତ ସଟ୍ ଡାଉନ୍ ରହିବ । ସଟ୍ ଡାଉନ୍ ସମୟରେ କୌଣସି ଯାନ ବାହାନ ଚଳାଚଳ କରିପାରିବ ନାହିଁ । ଗହଳିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅମୃତ କୁଲାଙ୍ଗେ ।

ଜିଲ୍ଲାପାଳ କହିଛନ୍ତି ଯେ, ଗଞାମ ଜିଲ୍ଲାରେ ସକାଳ  ୬ ଟାରୁ ଅପରାହ୍ନ  ୪ ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ଅପରାହ୍ନ ୪ ଟାରୁ  ସକାଳ ୬ ଟା  ପର୍ଯ୍ୟନ୍ତ ସଟ୍ ଡାଉନ୍ ରହିବ ।   ଏଥିରେ ଖିଲାଫ୍ କରିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆନ୍ତଃଜିଲ୍ଲା ଗାଡି ଚଳାଚଳ ଉପରେ ରୋକ୍ ଲାଗିଛି । କେବଳ  ଆଞ୍ଚଳିକ ଗାଡି ଚଳାଚଳ କରିପାରିବ ।ସାଧାରଣ ଲୋକଙ୍କ ପାଇଁ ସରକାରୀ କାର୍ଯ୍ୟାଳୟ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।ରାସ୍ତା କଡରେ ଉଠା ଦୋକାନୀ ବ୍ୟବସାୟ ବନ୍ଦ ରହିବ ।ରେଷ୍ଟୁରାଣ୍ଟର ଗୁଡିକ ହୋମ୍ ଡେଲିଭରୀ ଜାରି ରହିବ ।

ବ୍ରହ୍ମପୁରର ୪ ଦିନିଆ ସଟ୍ ଡାଉନ୍ ଆସନ୍ତା କାଲି ଠାରୁ  ପ୍ରତ୍ୟାହୃତ ହେବ ବୋଲି ଜିଲ୍ଲପାଳ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୋକାନୀ ମାନେ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟ । ନିୟମ ଉଲଙ୍ଘନ କରିଲେ ଦୋକାନୀଙ୍କ ବିରୋଧରେ ୧୦୦୦ ଟଙ୍କା ଜରିମାନା ସହ ୭ ଦିନ  ଦୋକାନ ବନ୍ଦ କରାଯିବ ।ଦ୍ୱିତୀୟ ଥର ପାଇଁ ଉଲଂଘ୍ନ କରିଲେ ସଂପୃକ୍ତ ଦୋକାନୀଙ୍କ ବିଋଦ୍ଧରେ ମାମଲା ରୁଜୁ ହେବା ସହ ଏକ ମାସ ପର୍ଯ୍ୟନ୍ତ ଦୋକାନ ବନ୍ଦ କରାଯିବ । ବ୍ରହ୍ମପୁର ସମେତ ଅନ୍ଯ ହରାଞ୍ଚଳରେ କୌଣସି କୋଚିଂ ସେଣ୍ଟର୍ ଖୋଲାଯାଇପାରିବ ନାହିଁ।ଯିଏ ଏହାର ଖିଲାପ୍ କରିବ ତା ବିରୋଧରେ ମାମଲା ରୁଜୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.