ଦିଲ୍ଲୀରେ ଦିନକରେ ୧୦ ହଜାର ୪୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ, ରାଷ୍ଟ୍ରୀୟ ରାଜଧାନୀରେ ପଜିଟିଭିଟି ହାର ୧୪ ପ୍ରତିଶତକୁ ହ୍ରାସ

Published By : Prameya-News7 Bureau | May 13, 2021 IST

ନୂଆଦିଲ୍ଲୀ ୧୩।୫:  ରାଜଧାନୀ ଦିଲ୍ଲୀରେ କରୋନାର ବେଗ କ୍ରମଶଃ ହ୍ରାସ ହେଉଥିବା ଦେଖା ଯାଉଛି। ଗୁରୁବାର ଜାରି ବୁଲେଟିନ୍‌ ଅନୁସାରେ ଗତ ୨୪ ଘଣ୍ଟାରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୧୦ ହଜାର ୪୮୯ ନୂଆ ମାମଲା ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୩୦୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ୧୫ ହଜାର ୧୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

{"id":452003,"width":840,"height":630,"sizeSlug":"large","linkDestination":"none"}

ଦିଲ୍ଲୀ ସରକାର ଜାରି କରିଥିବା ଏହି ସ୍ୱାସ୍ଥ୍ୟ ବୁଲେଟିନ ଅନୁସାରେ ରାଷ୍ଟ୍ରୀୟ ରାଜଧାନୀରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୭୨ ହଜାର ୪୭୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୨ଲକ୍ଷ ୭୪ ହଜାର ୧୪୦ ଜଣ କରୋନାକୁ ମାତ୍ ଦେଇଛନ୍ତି। ଦ୍ୱିତୀୟ ଲହର ସଂକ୍ରମଣରେ ଦିଲ୍ଲୀରେ ୨୦ ହଜାର ୬୧୮ ଜଣଙ୍କ ମୃତ୍ୟୁ ହୋଇଛି।

{"id":452004,"width":837,"height":628,"sizeSlug":"large","linkDestination":"none"}

ରାଜଧାନୀ ଦିଲ୍ଲୀରେ ସକ୍ରିୟ ମାମଲା ସଂଖ୍ୟା ୭୭ ହଜାର ୧୭୭ ରହିଛି। ବୁଧାବାର ଅନୁସାରେ ଗୁରୁବାର ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ହେବା ସାମାନ୍ୟ ଆଶ୍ୱସ୍ତିର ସୂଚନା ଦେଇଛି। ତେବେ ରାଷ୍ଟ୍ରୀୟ ରାଜଧାନୀ ଏବେବି ବିପଦ ମୁକ୍ତ ନୁହେଁ। ତଥାପି ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିବା ଏବେ ବି ପରିସ୍ଥିତି ଚିନ୍ତାଜନକ ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.