ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା

Published By : Prameya-News7 Bureau | April 15, 2021 IST

ଭୁବନେଶ୍ବର ୧୫/୦୪ : ରାଜ୍ୟରେ କୋଭିଡ୍‌ କଟକଣା କଡାକଡି କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଠାରୁ ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ ହେବ । ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବା ୨୦ ଜିଲ୍ଲାର ସମସ୍ତ ସହର​‌ରେ ଆସନ୍ତାକାଲି ଠାରୁ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ । ରାତି ୯ଟାରୁ ଭୋର ୫ଟା ଯାଏଁ ସମସ୍ତ ସହରରେ ନାଇଟ୍‌ କର୍ଫ୍ୟୁ କଡାକଡି କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

wp:gallery {"ids":[438947],"linkTo":"none"} /wp:gallery

ଏହା ସହିତ ଓଡିଶାରୁ ଅନ୍ୟ ରାଜ୍ୟକୁ ଯାଉଥିବା ବସ ସେବା ଉପରେ ରୋକ ଲଗାଯାଇଛି । ଆସନ୍ତାକାଲି ଠାରୁ ଅନ୍ୟ ରାଜ୍ୟକୁ ବସ୍‌ ସେବା ବନ୍ଦ । ଏହା ସହିତ ରାଜ୍ୟ ଭିତରେ ବସ ଚଳାଚଳ ନେଇ କଟକଣା ଲାଗୁ ହୋଇଛି । ବସାରେ ଯେତିକି ସିଟ୍‌ ସେତିକି ଯାତ୍ରୀ ହିଁ ଯାତାୟତ କରିପାରିବେ । ଟାକ୍ସିରେ କେବଳ ୨ ଜଣଙ୍କୁ ଯିବା ପାଇଁ ଅନୁମତି ମିଳିବ । ନାଇଟ୍ କର୍ଫ୍ୟୁ ବେଳେ ଜରୁରି ପରିବହନ ସେବା ଜାରି ରହିବ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ । ପୂର୍ବରୁ ଯାତ୍ରା, ଥିଏଟରରେ ୨ ହଜାର ଦର୍ଶକଙ୍କୁ ଥିଲା ଅନୁମତି ।

wp:gallery {"ids":[438948],"linkTo":"none"} /wp:gallery

ସରକାରୀ ଅଫିସ ପାଇଁ ମଧ୍ୟ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ଏହା ସହିତ ସରକାରୀ ଅଫିସରେ ମାସ୍କ ଏବଂ ସାମାଜିତ ଦୂରତା ନିୟକ କଡାକଡି ହୋଇଛି । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି ମିଳିବ । ଅର୍ଥାତ ଅତିବେଶୀରେ ଏକ ହଜାର ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ ।

wp:gallery {"ids":[438949],"linkTo":"none"} /wp:gallery

ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଧାର୍ମିକ  ରାଲି ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଧାର୍ମିକ କାର୍ଯ୍ୟକ୍ରମ ଉପ​‌ରେ କଟକଣା ଲାଗୁ କରାଯାଇଛି । ମାଛ, ପରିବା ମାର୍କେଟ୍‌ରେ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ମାଛ, ପରିବା ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କୋଭିଡ୍ ନିୟମ ନମାନିଲେ ସିଲ୍ ହେବ ଦୋକାନ ।

wp:gallery {"ids":[438965],"linkTo":"none"} /wp:gallery

ରାଜ୍ୟରେ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ସମସ୍ତ କୋଭିଡ୍ ହସ୍ପିଟାଲ । ୪୦ଟି କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହା ସହିତ ମନ୍ଦିର, ମସ୍ଜିଦ, ଗିର୍ଜା ଖୋଲିବ କି ନାହିଁ ସେ ନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.