ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା

Published By : Prameya-News7 Bureau | April 12, 2021 IST

ଭୁବନେଶ୍ବର ୧୨।୪: ଡାକ୍ତରଖାନା ପାଇଁ ଜାରି ହେଲା ନୂଆ କୋଭିଡ୍ ଗାଇଡ୍ ଲାଇନ୍ । ରାଜ୍ୟର ସମସ୍ତ ଡାକ୍ତରଖାନା ପାଇଁ କୋଭିଡ୍‌ ଗାଇଡ୍ ଲାଇନ୍‌ ଜାରି କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି

ଗାଇଡ୍ ଲାଇନ୍‌ ଜାରି କରାଯାଇଛି । ଗାଇଡ୍ ଲାଇନ୍ ଅନୁସାରେ ସେଣ୍ଟ୍ରାଲ ରେଜିଷ୍ଟ୍ରେସନ ବଦଳରେ ମାନୁଆଲ୍‌ ରେଜିଷ୍ଟ୍ରେସନ୍‌ ହେବ । ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ କରାଯିବନାହିଁ । ଜରୁରିକାଳୀନ ଅସ୍ତ୍ରୋପଚାର ବିନା ସାଧାରଣ ଅସ୍ତ୍ରୋପଚାର ମନା । ଗୁରୁତର ରୋଗୀଙ୍କୁ ପାଖରେ ଜଣେ ଆଟେଣ୍ଡାଣ୍ଟ ରହିବାକୁ ଅନୁମତି ମିଳିଛି । ଓପିଡି, ଆଇପିଡିକୁ ମିଡିଆ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୫୧୩୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୨୫୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୦୦୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୧୯୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୪୦୦୪୫୬ ସାମ୍ପୁଲ ଟେଷ୍ଟ୍ ହୋଇଛି ।

{"id":437270,"sizeSlug":"large","linkDestination":"none"}
{"id":437271,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.