Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||

ଗଞ୍ଜାମରେ ହେବ ଆଉ ୮ଟି କୋଭିଡ଼ ହସ୍ପିଟାଲ, ରହିବ ୧୧୫୦ଟି ବେଡ୍‌

12/07/2020 at 10:31 AM

ବ୍ରହ୍ମପୁର ୧୨।୦୭: ଗଞ୍ଜାମରେ ଉପରମୁହାଁ କରୋନା ଗ୍ରାଫ । ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି କରୋନା । ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମରେ ଆଉ ୮ଟି କୋଭିଡ୍‌ ହସ୍ପିଟାଲ । ୫ଟି CCC (CCC- କୋଭିଡ୍‌ କେୟାର ସେଣ୍ଟର) ଓ ୩ଟି DCHC (ଡେଡିକେଟେଡ କୋଭିଡ୍‌ ହେଲ୍‌ଥ ସେଣ୍ଟର) ହସ୍ପିଟାଲ ପ୍ରସ୍ତୁତ କରାଯିବ ।  ୮ଟି ହସ୍ପିଟାଲରେ ରହିବ ୧୧୫୦ଟି ବେଡ୍‌ । CCCରେ ୯୦୦ ଓ DCHCରେ ୨୫୦ଟି ବେଡ୍‌ ରହିବା ପାଇଁ ଯୋଜନା କରାଯାଇଛି । ସେହିପରି  ଆସିକା, ସାନଖେମୁଣ୍ଡି, ପାତ୍ରପୁର ଓ ବ୍ରହ୍ମପୁରରେ ହସ୍ପିଟାଲ କରାଯିବ ।

ସେହିପରି ଏକ ଦୈନିକ ଖବର କାଗଜର ହିଞ୍ଜିଳି ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଛି । ଗତ କିଛି ଦିନ ହେଲା ପ୍ରିୟଦର୍ଶୀ କରୋନା ସଂକ୍ରମିତ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।  ରାଜ୍ୟରେ ପ୍ରଥମ ଥର ପାଇଁ କରୋନାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ସ୍ଥିତି ସଂଗୀନ ହେଉଥିବା ବେଳେ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଲାଗିପଡିଛି । ଘର ଘର ବୁଲି ହେଲ୍ଥ ସ୍କ୍ରିନିଂ କରାଯାଉଛି । ଜିଲ୍ଲାରେ  ୧୧୪୭ଟି କୋଭିଡ ମନିଟର, ୭୬ କଣ୍ଟେନମେଣ୍ଟ ଜୋନ, ଗ୍ରାମାଞ୍ଚଳରେ ୪୫୬ କୋଭିଡ କେୟାର ହୋମ, ସହରାଞ୍ଚଳରେ ୧୭ଟି କୋଭିଡ ହୋମ, ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଗୋଟିଏ କୋଭିଡ କେୟାର ହୋମର ବ୍ୟବସ୍ଥା କରାଯାଇଛି । ସେପଟେ ଆସନ୍ତାକାଲି  ଯାଏଁ ସାରା ଗଞ୍ଜାମ ଜିଲ୍ଲାକୁ ସଟଡାଉନ କରାଯାଇଛି ।

   Related Posts