ନବ ନିର୍ମିତ ଜିଲ୍ଲା ଜଜ୍ କୋର୍ଟ ଉଦଘାଟିତ, ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କଲେ ମୁଖ୍ୟ ବିଚାରପତି

Published By : Prameya-News7 Bureau | October 12, 2020 IST

ଦେବଗଡ,୧୨|୧୦: ସୋମବାର ଅପରାହ୍ନରେ ଦେବଗଡଠାରେ ନବ ନିର୍ମିତ  ଜିଲ୍ଲା ଜଜ୍ କୋର୍ଟ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି । ଓଡିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ୍ ରଫିକ୍ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ଏହି ନବ ନିର୍ମିତ ଜିଲ୍ଲା ଜଜ୍ କୋର୍ଟକୁ ଉଦଘାଟନ କରିଥିଲେ।

{"id":343298,"sizeSlug":"large"}

ଏହି ଅବସରରେ କଟକ ହାଇକୋର୍ଟ ପରିସରରେ ଅନୁଷ୍ଠିତ ଉତ୍ସବରେ ଓଡିଶା ହାଇକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ ଉପସ୍ଥିତ ଥିଲେ। ସେହିଭଳି ଦେବଗଡ ଠାରେ ଆୟୋଜିତ ଉତ୍ସବରେ ଜିଲ୍ଲା ଜଜଙ୍କ ସମେତ ସମସ୍ତ କୋର୍ଟର ଜଜ୍, ଜିଲ୍ଲାପାଳ, ଏସପି, ଓକିଲ ସଂଘ ସଭାପତିଙ୍କ ସମେତ ଓକିଲମାନେ ଉପସ୍ଥିତ ଥିଲେ।

ନବ ନିର୍ମିତ ଜିଲ୍ଲା ଜଜ୍ କୋର୍ଟ ନିର୍ମାଣ ପାଇଁ ୨୦୧୬ ମସିହା ଜାନୁଆରୀ ମାସରେ ତତ୍କାଳୀନ ଜିଲ୍ଲା ଜଜ୍ ବିକ୍ରମ କେଶରୀ ପଟ୍ଟନାୟକ ଭୂମିପୂଜା କରିଥିଲେ। ନିର୍ମାଣ ପାଇଁ ପ୍ରାୟ ସାଢେ ଚାରି ବର୍ଷ ସମୟ ଲାଗିଥିବା ବେଳେ ଏଥିପାଇଁ ପ୍ରାୟ ସତର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.