Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା କଟକଣାକୁ ସମ୍ମାନ ଜଣାଇଲେ ନବ ଦମ୍ପତି: ଉପ- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଲେ ବିବାହ

30/06/2020 at 7:56 PM

ଆଠଗଡ଼୩୦/୬: ବିନା ଭୋଜି ଭାତ- ବାଜା ରୋଷଣିରେ ହେଲା ବାହାଘର। କରୋନା କଟକଣାକୁ ସମ୍ମାନ ଜଣାଇ ଆଠଗଡ଼ ବ୍ଳକ ଖମାରନୂଆଗାଁ ଗ୍ରାମର ନରେନ୍ଦ୍ର ସାହୁଙ୍କ ପୁଅ ନିଗମାନନ୍ଦ ସାହୁ ଢେଙ୍କାନାଳ ଜିଲ୍ଲା  ସଦର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମର ନାରାୟଣ ସାହୁଙ୍କ ଝିଅ ଜାନକି ସାହୁଙ୍କୁ ବିବାହ କରିଛନ୍ତି। ଆଠଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତି  ସହକାରୀ ଉପ-ଜିଲ୍ଲାପାଳ ଓ ତହସିଲଦାରଙ୍କ ଉପସ୍ଥିତିରେ ଉଭୟ ବିବାହ କରିଥିଲେ ।

କେବଳ ସେତିକି ନୁହେଁ ବାହାଘରରେ ଯେଉଁ ଖର୍ଚ୍ଚ ହୋଇଥାନ୍ତା ସେହି ଅର୍ଥରୁ ଦଶହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। କିନ୍ତୁ ଉଭୟ ପରିବାରର ନିଷ୍ପତ୍ତି କ୍ରମେ  ଜଣେ ଫାର୍ମାସିଷ୍ଟ୍‌ ଏବଂ ସେ ଦିବ୍ୟାଙ୍ଗ ତଥାପି ନିଜ ବିବାହକୁ କହିଛନ୍ତି ସ୍ମରଣୀୟ। ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ତହସିଲଦାର ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ କରୋନା ମହାମାରୀ ସମୟରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିବେ ବୋଲି ତହସିଲଦାର କହିଥିବା ବେଳେ ବର କନ୍ୟା ବିବାହକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି  ।

   Related Posts