Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଚୀନର ଋଣ ଜାଲରେ ଫସିଲା ଆଉ ଏକ ନୂତନ ଦେଶ, ଦେବାକୁ ପଡିଲା ନିଜର ପାଓ୍ଵାର ଗ୍ରୀଡ

15/09/2020 at 9:06 PM

ଭିଏତନାମ ୧୫।୦୯: ଚୀନ ପୂରା ଦୁନିଆକୁ ଦ୍ରୁତ ଗତିରେ ନିଜର ଋଣ ଜାଲରେ ଫସାଇବାରେ ଲାଗିଛି। ଡ୍ରାଗନର ଏହି ଚାଲବାଜି ଓ ବିସ୍ତାରବାଦୀ ରଣନୀତିର ଶିକାର ଏବେ ଲାଓସ ହୋଇଛି। ଅରବ ଡଲାରର ଋଣ ସୁଝିନପାରିବାରୁ ଲାଓସ ନିଜର ପାଓ୍ଵାର ଗ୍ରୀଡକୁ ଚୀନ ସରକାରୀ କମ୍ପାନୀ ହାତରେ ଟେକିବାକୁ ପଡିଛି। ହାଓ୍ଵାର୍ଡ ବିଜନେସ୍ ରିଭ୍ୟୁର ରିପୋର୍ଟ ଅନୁଯାୟୀ ଚୀନ ସରକାର ଓ ଏହାର କମ୍ପାନୀଗୁଡିକ ୧୫୦ରୁ ଅଧିକ ଦେଶକୁ ୧.୫ ଟ୍ରିଲିୟନ ଡଲାର ଅର୍ଥାତ ୧୧୨ ଲକ୍ଷ ୫୦ ହଜାର କୋଟି ଟଙ୍କା ଋଣ ଦେଇଛନ୍ତି।

ଚୀନ ନିଜର ପଡୋଶୀ ଦେଶ ଲାଓସରେ ୬ ବିଲିୟନ ଡଲାରର ମୂଲ୍ୟରେ ହାଇସ୍ପିଡ ରେଲ କରିଡର ନିର୍ମାଣ କରୁଛି। ଏହି ଟ୍ରାକରେ ପ୍ରଥମ ଟ୍ରେନ ୨୦୨୧ ଡିସେମ୍ବର ୨ରେ ଲାଓ ରାଷ୍ଟ୍ରୀୟ ଦିବସ ଅବସରରେ ରାଜଧାନୀ ଭିଏତନାମକୁ ଗଡିବ। ଏହି ତାରିଖରେ ୧୯୭୫ ମସିହାରେ ଲାଓସ କମ୍ୟୁନିଷ୍ଟ ଶାସନ କବଳକୁ ଆସିଥିଲା। ସଦ୍ୟତମ ରିପୋର୍ଟରୁ ଜଣା ପଡିଛି ଯେ ଲାଓସ ଚୀନର ମହତ୍ଵକାଂକ୍ଷୀ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍‌ର ନୂତନ ଶିକାର।

ପ୍ରାରମ୍ଭରେ ଚୀନ ଏହି ଦେଶକୁ ବଡ ପରିମାଣରେ ଋଣ ଦେଇଥିଲା ମାତ୍ର ଯେବେ ସେଠାକାର ସରକାର ସହିତ ଚୀନର ସଂପର୍କ ବିଗିଡିବାରେ ଲାଗିଲା ତେବେ ଋଣ ପରିଶୋଧ ନେଇ ଚାପ ପକାଇବା ଆରମ୍ଭ କଲା। ଏହି କାରଣରୁ ବାର୍ଷିକ ବକେୟା କରଜ ଦେବାରୁ ଲାଓସର ବିଦେଶୀ ମୁଦ୍ରା ଭଣ୍ଡାର ୧ ବିଲିୟନ ଡଲାରରୁ ବି ତଳକୁ ଖସିଗଲା। ଲାଓସ ସାମ୍ନାରେ ଏବେ ଲୋନ ଡିଫଲଡର ହେବାର ବିପଦ ରହିଛି। ଲାଓସ ନିଜର ସବୁଠୁ ବଡ ଋଣଦାତା ଚୀନଠୁ ଆଉ କିଛି ସମୟ ସୀମା ଦେବାକୁ ଅନୁରୋଧ କରିଛି।

ଲାଓସ ମେକାଙ୍ଗ ନଦୀରେ ଅନେକ ଜଳବିଦ୍ୟୁତ ଶକ୍ତି ଓ ହାଇସ୍ପିଡ ରେଲ ପ୍ରୋଜେକ୍ଟ ପାଇଁ ଚୀନଠୁ ଅରବ ଡଲାରର ଋଣ ନେଇଛି। ଏହି ପ୍ରୋଜେକ୍ଟ ଚୀନର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ସହ ସଂଶ୍ଳିଷ୍ଟ। ଏହା ଚୀନର ଦକ୍ଷିଣୀ ପ୍ରାନ୍ତ ୟୁନ୍ନାନକୁ ଦକ୍ଷିଣ ପୂର୍ବ ଏସିଆ ଦେଶକୁ ସଂଯୋଗ କରିବ। ରେଲ ପ୍ରୋଜେକ୍ଟର ମୋଟ୍ ବଜେଟ୍‌ର ପ୍ରାୟ ୬୦ ପ୍ରତିଶତ ଅର୍ଥ ଏକ୍ସପୋର୍ଟ ଇମ୍ପୋର୍ଟ ବ୍ୟାଙ୍କ ଅଫ ଚାଇନା ଦେଇଛି। ବାକି ୪୦ ପ୍ରତିଶତ ବଜେଟ୍ ଚୀନର ତିନି ସରକାରୀ କମ୍ପାନୀ ମିଳିତ ଭାବେ ଦେଇଛନ୍ତି। ଏହି ପ୍ରୋଜେକ୍ଟରେ ୭୦ ପ୍ରତିଶତ ସ୍ଵାମିତ୍ଵ ଚୀନର ଥିବା ବେଳେ ୩୦ ପ୍ରତିଶତ ଭାଗିଦାରୀ ଲାଓସର ରହିଛି।

   Related Posts