Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||

ଭୟଙ୍କର ନୁହେଁ କରୋନାର ନୂଆ ଷ୍ଟ୍ରେନ୍, ପୁରୁଣା ତୁଳନାରେ ଅଧିକ ସଂକ୍ରାମକ : ବ୍ରିଟିଶ୍ ରିପୋର୍ଟ

2/01/2021 at 12:55 PM

ନୂଆଦିଲ୍ଲୀ ୨।୧: କରୋନା ଭାଇରସ୍ ର ନୂଆ ଷ୍ଟ୍ରେନ୍ ଭାରତରେ ମଧ୍ୟ ଦେଖାଗଲାଣି । କିଛି ରାଜ୍ୟରେ କିଛି ଲୋକ ଏହି ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ବ୍ରିଟେନ୍ ର ପବ୍ଲିକ୍ ହେଲ୍ଥ ସଂସ୍ଥାର ଗବେଷଣା ଅନୁସାରେ ଏହି ନୂଆ ଷ୍ଟ୍ରେନ୍ କୁ ନେଇ ଚିନ୍ତାକୁ କମ୍ କରିପାରେ । ଗବେଷଣାକୁ ଜଣାପଡିଛି ଯେ,  ପୁରୁଣା ଷ୍ଟ୍ରେନ୍ ତୁଳନାରେ ନୂଆ ଷ୍ଟ୍ରେନ୍ ଅଧିକ କ୍ଷତିକାରକ ନୁହେଁ । ଏହାର ସଂକ୍ରମଣ ପୂର୍ବାପେକ୍ଷା ଅଧିକ ରହିଛି । ସେପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଡରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ।

ଏକ ରିପୋର୍ଟ ଅନୁସାରେ ଏହି ଗବେଷଣାରେ ୩୬୦୦ ଲୋକ ସାମିଲ ହୋଇଥିଲେ । ରୋଗୀଙ୍କୁ ଦୁଇ ଭାବଗରେ ବିଭକ୍ତ କରାଯାଇଥିଲା । ଗୋଟିଏ ବର୍ଗରେ ପୁରୁଣା ଷ୍ଟ୍ରେନ୍ ସଂକ୍ରମିତ ଏବଂ ଅନ୍ୟ ବର୍ଗରେ ନୂଆ ଷ୍ଟ୍ରେନ୍ ର ସଂକ୍ରମିତ ରହିଥିଲେ । ଏତେ ସଂଖ୍ୟକ ସଂକ୍ରମିତଙ୍କ ମଧ୍ୟରେ ୪୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ପୁରୁଣା ଷ୍ଟ୍ରେନ୍ ଦ୍ବାରା ୨୬ ଏବଂ ନୂଆ ଷ୍ଟ୍ରେନ୍ ଦ୍ବାରା ୧୬ ଜଣ ରହିଥିଲେ ।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରୁ ପୁରୁଣା ଷ୍ଟ୍ରେନ୍ ର ୧୨ ଜଣ ସଂକ୍ରମିତ ଥିଲେ । ଅନ୍ୟ ୧୦ ଜଣ ନୂଆ ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ଥିଲେ । ଏଥିରୁ ଜଣାପଡିଛି ଯେ, ଏହି ନୂଆ ଷ୍ଟ୍ରେନ୍ କମ୍ କ୍ଷତିକାରକ । ଏହି ଗବେଷଣାରୁ ଆଉ ଏକ ଜରୁରୀ କଥା ସାମ୍ନାକୁ ଆସିଛି । ନୂଆ ଷ୍ଟ୍ରେନ୍ କମ୍ କ୍ଷତିକାରକ ହୋଇଥିବା ବେଳେ ଏହା ଅଧିକ ସଂକ୍ରାମକ ।

   Related Posts