Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

କୋଭିସିଲ୍ଡ ଭାକସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ପଞ୍ଜିକରଣ ଶେଷ : ସିରମ୍ ଇନଷ୍ଟିଚ୍ୟୁଟ୍ ସହ ନୋଭାଭାକ୍ସର ଚୁକ୍ତି, ତିଆରି କରିବେ କୋଭୋଭାକ୍ସ

12/11/2020 at 3:07 PM

ନୂଆଦିଲ୍ଲୀ, ୧୨|୧୧: ଭାରତରେ ୨୦୨୧ ମାର୍ଚ୍ଚ ସୁଦ୍ଧା କରୋନା ଭାକସିନ୍ ଉପଲବ୍ଧ ହେବାନେଇ ସମ୍ଭାବନା ବୃଦ୍ଧି ପାଇଛି । ଗୋଟିଏ ଦିଗରେ ବିଦେଶୀ ଭାକସିନ ବିଭିନ୍ନ ଟ୍ରାଏଲରେ ୯୦ ପ୍ରତିଶତ ପ୍ରଭାବୀ ସାବ୍ୟସ୍ତ ହୋଇଛି । ସେହିପରି ସ୍ୱଦେଶୀ ଭାକସିନକୁ ମଧ୍ୟ ବିକଶିତ କରାଯାଉଛି । ବିଶ୍ୱର ପ୍ରମୁଖ ଭାକସିନ୍ ପ୍ରସ୍ତୁତକାରୀ ଅକ୍ସଫୋର୍ଡ-ଆଷ୍ଟ୍ରାଜେନକାର ଭାକସିନ୍ ଫେଜ୍-୩ ଟ୍ରାଏଲ ପାଇଁ ସମସ୍ତ  ପଞ୍ଜିକରଣ ପ୍ରକ୍ରିୟା ପୂରଣ କରିଛି ।  କୋଭିସିଲ୍ଡ ନାମକ ଏହି ଭାକସିନକୁ  ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଉପଲବ୍ଧ କରାଇବ । ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ତତ୍ୱାବଧାନରେ ଏହାର ଟ୍ରାଏଲ୍ ହେଉଛି ।

ଏତତ୍ ବ୍ୟତୀତ ସିରମ୍ ଇନଷ୍ଟିଚ୍ୟୁଟ୍ ଆମେରିକୀୟ କମ୍ପାନୀ ନୋଭାଭାକ୍ସ ସହ ମଧ୍ୟ କୋଭୋଭାକ୍ସ ଭାକସିନ୍ ପାଇଁ ଚୁକ୍ତି କରିଛି । ସିରମ ଇନଷ୍ଟିଚ୍ୟଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓ୍ୱାଲା ଗତ ସପ୍ତାହରେ କହିଥିଲେ ଯେ, ଆସନ୍ତା ବର୍ଷର ଆରମ୍ଭରେ ପ୍ରଭାବୀ ଓ ସୁରକ୍ଷିତ ଭାକସିନ୍ ଉପଲବ୍ଧ ହେବ । ଟ୍ରାଏଲ୍ ସଫଳ ହେବା ପରେ ବିଭିନ୍ନ ସଂସ୍ଥାର ଅନୁମତି ମିଳିଗଲେ ଜାନୁଆରୀ ୨୦୨୧ରେ ଭାକସିନ୍ ଆସିପାରେ । ଭାରତରେ କୋଭିସିଲ୍ଡ ଟ୍ରାଏଲରେ ସୁରକ୍ଷା ସମ୍ବନ୍ଧିତ କୈଣସି ଅସୁବିଧା ହୋଇନଥିବା ସେ କହିଥିଲେ ।

ଭାରତରେ ଦ୍ୱିତୀୟ ଓ ତୃୀତୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ ହଜାରରୁ ଅଧିକ ଲୋକଙ୍କୁ କୋଭିସିଲ୍ଡ ଟିକା ପ୍ରଦାନ କରାଯାଇଛି । ତେବେ ଭାକସିନ୍ କେତେ ଉପଯୋଗୀ ତାହା ଜାଣିବା ପାଇଁ ପ୍ରାୟ ୨ରୁ ୩ ବର୍ଷ ଲାଗିବ । କେତେ ଟଙ୍କାରେ ଏହି ଭାକସିନ୍ ମିଳିବ ସେନେଇ ସରକାରଙ୍କ ସହ ଆଲୋଚନା ହେଉଛି ।  ତେବେ ସମସ୍ତଙ୍କୁ ଭାକସିନ୍ ପ୍ରଦାନ କରାଯିବ ବୋଲି ପୁନାଓ୍ୱାଲା କହିଛନ୍ତି ।

ସିରମ୍ ଇନଷ୍ଟିଚ୍ୟୁଟର ଦ୍ୱିତୀୟ କରୋନା ଭାକସିନ୍ ହେଉଛି କୋଭୋଭାକ୍ସ । ଏହାକୁ ଆମେରିକୀୟ କମ୍ପାନୀ ନୋଭାଭାକ୍ସ ସହ ମିଳିତ ସହଯୋଗରେ ବିକଶିତ କରାଯାଉଛି । ଏହାସହ ସ୍ପାଇକ୍ ପ୍ରୋଟିନ୍ ଭାକସିନ୍ ଯାହାକୁ ସିରମ୍ ପ୍ରସ୍ତୁତ କରିଛି । ରିପୋର୍ଟ ଅନୁସାରେ ସିରମ ଇନଷ୍ଟିଚ୍ୟୁଟ୍ ସହ ନୋଭାଭାକ୍ସ ୨୦୨୧ରେ ୧ ବିଲିୟନ ଡୋଜ୍ ସପ୍ଲାଏ କରିବା ପାଇଁ ଚୁକ୍ତି କରିଛି ।  

   Related Posts