ସାମ୍ନାକୁ ଆସିଲା କରୋନାର ୩ ନୂଆ ଲକ୍ଷଣ : ବାନ୍ତି ଲାଗିଲେ, ଡାଇରିଆ ହେଲେ କରନ୍ତୁ କୋଭିଡ ଟେଷ୍ଟ

Published By : Prameya-News7 Bureau | June 29, 2020 IST

ନୂଆଦିଲ୍ଲୀ ୨୯/୦୬ : ଦେଶରେ କରୋନା ସଂକ୍ରମଣ ବ୍ରେକ ନେବାର ନାଁ ନେଉନାହିଁ | ଲଗାତାର ନୂଆ ମାମଲା ସାମ୍ନାକୁ ଆସୁଛି | ଦେଶରେ ଏବେ ସୁଦ୍ଧା ୫ ଲକ୍ଷ ୨୮ ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇସାରିଛନ୍ତି | କରୋନା ସଂକ୍ରମଣ ବଢିବା ସହିତ ନୂଆ ନୂଆ ଲକ୍ଷଣ ମଧ୍ୟ ସାମ୍ନାକୁ ଆସିଛି | ଇତି ମଧ୍ୟରେ କରୋନାର ନୂଆ ଲକ୍ଷଣ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି | ଏବେ ପର୍ଯ୍ୟନ୍ତ ଜ୍ୱର, ଥଣ୍ଡା, ନିଶ୍ୱାସ ନେବାରେ ଅସୁବିଧା ଆଦି କରୋନା ଲକ୍ଷଣ ଥିଲା | ଏହିସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ କରୋନା ଯାଞ୍ଚ କରାଇବାକୁ ପରାମର୍ଶ ଦିଆଯାଇଥିଲା | କିନ୍ତୁ ଆମେରିକା ମେଡିକାଲ ସଂସ୍ଥା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ଶାନ ୩ଟି ନୂଆ ଲକ୍ଷଣ ଦର୍ଶାଇଛନ୍ତି | ଏହି ୩ଟି ନୂଆ ଲକ୍ଷଣ ମୌସୁମୀ ସମୟରେ ଭାରତର ଚିନ୍ତାର ବିଷୟ | 

ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ଶାନ ଅନୁଯାୟୀ, ପୁରୁଣା କରୋନା ଲକ୍ଷଣ ଛଡା ନାକ ବୋହିବା, ବାନ୍ତି ଲାଗିବା ଓ ଡାଇରିଆ ମଧ୍ୟ କରୋନାର ଲକ୍ଷଣ ହୋଇପାରନ୍ତି | ଏହିସବୁ ଲକ୍ଷଣ ଦେଖାଦେଲେ ଏହାକୁ ସାମାନ୍ୟ ରୋଗ ନ ଭାବି ତୁରନ୍ତ କରୋନା ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି |

{"id":293260,"width":571,"height":328,"sizeSlug":"large"}

ସିଡିସି ଅନୁଯାୟୀ, ପୂର୍ବରୁ ନାକ ବୋହିବା କରୋନା ଲକ୍ଷଣ ଅନ୍ତର୍ଭୁକ୍ତ ନଥିଲା | କିନ୍ତୁ ନିକଟରେ କରୋନା ରୋଗୀଙ୍କ ଲକ୍ଷଣରୁ ଜଣାପଡିଛି ଯେ ଯଦି ନାକ ବୋହିବା ସହିତ ଶରୀର ଦୁର୍ବଳ ଏବଂ ଅସ୍ତବ୍ୟସ୍ତ ଲାଗୁଥାଏ ତେବେ ତାହା ମଧ୍ୟ କରୋନା ସଂକ୍ରମିତ ହୋଇଥାଇପାରନ୍ତି | ବାନ୍ତି ଲାଗିବାକୁ ମଧ୍ୟ ଏବେ ସାମାନ୍ୟ ଭାବେ ଗ୍ରହଣ କରାଯିବ ନାହିଁ | ଯଦି କୌଣସି ବ୍ୟକ୍ତିଙ୍କୁ ଅସାମାନ୍ୟ ଭାବେ ବାରମ୍ବାର ବାନ୍ତି ଲାଗୁଥାଏ ତାହେଲେ ଏହା ବିପଦପୂର୍ଣ୍ଣ ହୋଇପାରେ | ଏହିଭଳି ବ୍ୟକ୍ତିଙ୍କୁ ତୁରନ୍ତ ଆଇସୋଲେଟ କରାଯିବ ଉଚିତ ବୋଲି ସିଡିସି କହିଛନ୍ତି | ମୌସୁମୀ ଯୋଗୁଁ ଅନେକ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ | ଥଣ୍ଡା, ଜ୍ୱର, ନାକ ବୋହିବା, ବାନ୍ତି ଲାଗିବା ସାମାନ୍ୟ ହୋଇଥିଲେ ମଧ୍ୟ କରୋନା ମହାମାରୀ ସମୟରେ ଏହାକୁ ସାମାନ୍ୟ ଭାବି ନଜର ଅନ୍ଦାଜ କରାଯାଇ ପାରିବନାହିଁ | ଏହିଭଳି ସ୍ଥିତିରେ ତୁରନ୍ତ କରୋନା ଯାଞ୍ଚ କରାଇନେବା ଉଚିତ |

କରୋନା ରୋଗୀଙ୍କ ଭିତରେ ଡାଇରିଆ ଲକ୍ଷଣ ମଧ୍ୟ ଦେଖାଦେଇଛି | ଡାକ୍ତର ପୂର୍ବରୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଥିଲେ ଯେ କରୋନା ରୋଗୀଙ୍କ ମଧ୍ୟରେ ଡାଇରିଆ ଏବଂ ଡାଇରିଆ ଭଳି ଲକ୍ଷଣ ଅମେଧ୍ୟ ଦେଖାଦେଇପାରେ | ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ଜଣାପଡିଛି ଯେ ଯଦି କୌଣସି ବ୍ୟକ୍ତିଙ୍କୁ ଡାଇରିଆ ହୋଇଛି ତାହେଲେ ସେ ମଧ୍ୟ କରୋନା ସଂକ୍ରମିତ ହୋଇଥାଇପାରନ୍ତି | ଏମାନେ ତୁରନ୍ତ କରୋନା ଯାଞ୍ଚ କରାଇନେବା ଉଚିତ |

{"id":293264,"sizeSlug":"large"}

ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ଶାନ ଅନୁଯାୟୀ, ଏହି ସବୁ ଲକ୍ଷଣ ଛଡା ଯଦି କୌଣସି ବ୍ୟକ୍ତିଙ୍କୁ ଅଧିକ ଥଣ୍ଡା ଲାଗୁଛି, କଫ ରହିଛି, ନିଶ୍ୱାସ ନେବାରେ ଅସୁବିଧା ହେଉଛି, ଦୁର୍ବଳ ଲାଗୁଛି, ଶରୀର ପୀଡା ହେଉଛି, ମୁଣ୍ଡ ବିନ୍ଧା ହେଉଛି, ଖାଇବାରେ ସ୍ୱାଦ ଜଣାପଡ଼ୁନାହିଁ ଏବଂ ଗଳାରେ ଯନ୍ତ୍ରଣା ହେଉଛି ତାହେଲେ ଏହା କରୋନା ଲକ୍ଷଣ ଭାବି ଏବଂ ଯାଞ୍ଚ କରାଇବା ଉଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.