ଡର ବଢାଇଲା ଫ୍ଲୋରିଡା କରୋନା, ରୋଗୀଙ୍କ ଠାରେ ଦେଖାଯାଇଥିବା କୋଭିଡ୍-୧୯ର ନୂଆ ଷ୍ଟ୍ରେନ୍ ଅଧିକ ବେଗରେ ହେଉଛି ସଂକ୍ରମିତ

Published By : Prameya-News7 Bureau | January 01, 2021 IST

ଫ୍ଲୋରିଡା,୦୧/୦୧:  ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପ ହ୍ରାସ ପାଇଛି । କିନ୍ତୁ ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ଏବେ ଚିନ୍ତା ବଢାଇଦେଇଛି । ଯାହାକୁ ନେଇ ବିଶ୍ୱବାସୀ ଚିନ୍ତିତ । ଏହାମଧ୍ୟରେ ଆମେରିକାର ଫ୍ଲୋରିଡାରେ ୟୁକେରେ ଚିହ୍ନଟ ହୋଇଥିବା ଭାଇରସର ନୂଆ ଷ୍ଟ୍ରେନ୍ ମାମଲା ସାମ୍ନାକୁ ଆସିଛି । ଯାହା ଅଧିକ ସଂକ୍ରାମକ ଓ ବିପଦଜ୍ଜନକ ।

ଫ୍ଲୋରିଡା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, ଗୁରୁବାର କରୋନା ଭାଇରସ ନୂଆ ଷ୍ଟ୍ରେନର ପ୍ରଥମ ମାମଲା ସାମ୍ନାକୁ ଆସିଛି । ସଂକ୍ରମିତଜଣଙ୍କ ହେଲେ ୨୦ ବର୍ଷର ଜଣେ ଯୁବକ । ତେବେ ସବୁଠାରୁ ବଡ କଥା ହେଉଛି ଯେ, ତାଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରୀ ନାହିଁ । ସେ ଫ୍ଲୋରିଡାର ପୂର୍ବ ଉପକୂଳରେ ଥିବା ଦକ୍ଷିଣ ପୋର୍ଟ ସେଣ୍ଟ୍ ଲୁଇସରେ ରୁହନ୍ତି ।

ନୂଆ ଷ୍ଟ୍ରେନ୍ ମାମଲା  ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ରୋଗ ନିୟନ୍ତ୍ରଣ ବିଭାଗ ସହ ବୈଠକ କରିଛି । ତେବେ ଏହି ନୂଆ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ହୋଇଥିବା ବେଳେ ଏହା ବିପଦଜ୍ଜନକ ମଧ୍ୟ । କିନ୍ତୁ ଏହି ଷ୍ଟ୍ରେନ୍ ବିରୋଧରେ ମଧ୍ୟ ଭାକସିନ୍ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହେବ ।

wp:html /wp:html

ଏହାପୂର୍ବରୁ ବୁଧବାର କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ କହିଥିଲେ ଯେ,  ଦକ୍ଷିଣ କାଲିଫର୍ଣ୍ଣିଆରେ ଭାଇରସର ନୂଆ ଷ୍ଟ୍ରେନ୍ ଜଣେ ବ୍ୟକ୍ତିଙ୍କଠାରେ ଚିହ୍ନଟ ହୋଇଥିଲା । ଏହାପରେ ଗୁରୁବାର କୋଲୋରାଡୋରେ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ପଜିଟିଭଙ୍କଠାରେ କୋଭିଡ-୧୯ ଭାଇରସର ନୂଆ ଷ୍ଟ୍ରେନ୍ ଠାବ କରାଯାଇଥିଲା ।

ସବୁଠାରୁ ରୋଚକ କଥା ହେଉଛି ଯେ, ଚିହ୍ନଟ ପଜିଟିଭଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରୀ ନାହିଁ । ଫଳରେ ଯେପରି ଏହି ଭାଇରସ ଗୋଷ୍ଠୀ ସଂକ୍ରମଣ ଆଡକୁ ନଯାଏ ସେନେଇ ବିଶେଷ ଭାବେ ଧ୍ୟାନ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.