Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ଖୁସି ଖବର : ବଜାରକୁ ଆସିଲା କୋଭିଡ୍-୧୯ ଔଷଧ, ଦାମ୍ ମାତ୍ର ୩୯ ଟଙ୍କା, ପ୍ରସ୍ତୁତ କରିଛି ଜେନବର୍କଟ୍ ଫାର୍ମା

25/07/2020 at 6:39 PM

ନୂଆଦିଲ୍ଲୀ, ୨୫|୦୭:  ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଜେନବର୍କଟ୍ ଫାର୍ମାସ୍ୟୁଟିକାଲ୍ସ ଫାବିବେଣ୍ଟ ବ୍ରାଣ୍ଡରେ ଆଣ୍ଟି ଭାଇରାଲ ଡ୍ରଗ୍ ଫାବିପିରାବିର ଲଞ୍ଚ୍ କରିଛି । ଏହି ଔଷଧ କରୋନା ମୁକାବିଲାରେ ଫଳପ୍ରଦ ହେବ ବୋଲି କମ୍ପାନୀ କହିଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଏହି ଔଷଧକୁ ବ୍ୟବହାର କରାଯିବ ।

ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଏହି ଔଷଧ ଟାବଲେଟରେ ବିକ୍ରୟ ହେବ । ପ୍ରତି ଟାବଲେଟ୍ ପିଛା ଦାମ ରହିଛି ୩୯ ଟଙ୍କା । ୨୦୦ ଏମଜିର ପାଓ୍ୱାରର ଏକ ଷ୍ଟ୍ରିପରେ ୧୦ଟି ଟାବଲେଟ୍ ରହୁଛି । ଏହି ଔଷଧକୁ ତେଲେଙ୍ଗାନାରେ କମ୍ପାନୀର ମାନ୍ୟୁଫାକ୍ଚରିଂ ପ୍ଲାଣ୍ଟରେ ପ୍ରସ୍ତୁତ କରାଯାଇଛି । ସମସ୍ତ ନିୟମାବଳୀ ଓ ସୁରକ୍ଷା ଦୃଷ୍ଟିକୋଣକୁ ନଜରରେ ରଖି ଏହାକୁ ତିଆରି କରାଯାଇଛି । ଏନେଇ ନିଜେ କମ୍ପାନୀ ପକ୍ଷରୁ କୁହାଯାଇଛି ।

 ଏହାପୂର୍ବରୁ ଫେବିଟନ୍ ଫୁଜିଫିଲ୍ମ ତୋୟାମା କେମିକାଲ କର୍ପୋରେସନ ଲିମିଟେଡ୍ ପ୍ରସ୍ତୁତ ଔଷଧ ‘ଏବିଗାନ’ର ଜେନେରିକ୍ ସଂସ୍କରଣ ଲଞ୍ଚ୍ କରିଥିଲା। ବୈଶ୍ୱିକ କ୍ଲିନିକାଲ ପ୍ରମାଣରୁ ଫେବିପିରାବିର ଆଂଶିକ ଓ ମଧ୍ୟମ କରୋନା ସଂକ୍ରମଣ ନିମନ୍ତେ ପ୍ରଭାବି ଚିକିତ୍ସା ବିକଳ୍ପ ବୋଲି ପ୍ରମାଣିତ ହୋଇଛି। ଏଣୁ ଫେବିଟନ ଉପଲବ୍ଧ ହେବା ଏବେ ଆଂଶିକ ଓ ମଧ୍ୟମ ସଂକ୍ରମିତଙ୍କ ଚିକିତ୍ସା ଲାଗି ବେଶ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।   ଏହି ଔଷଧର ମୂଲ୍ୟ ମାତ୍ର ୫୯ ଟଙ୍କା ଥିବା ବେଳେ ଏହାକୁ ବ୍ରିଣ୍ଟନ ଫର୍ମାସ୍ୟୁଟିକାଲସ ପ୍ରସ୍ତୁତ କରିଥିଲା ।

ଏତତ୍ ବ୍ୟତୀତ, ଫାର୍ମାସ୍ୟୁଟିକାଲ କମ୍ପାନୀ ସିପ୍ଲା ଲିମିଟେଡ୍ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସିପ୍ଲେଞ୍ଜା ବ୍ରାଣ୍ଡରେ ଫାବିପିରାବିର୍ ଲଞ୍ଚ୍ କରିବାକୁ ଘୋଷଣା କରିଛି । ଏଥିପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆର ଅନୁମତି ମିଳିସାରିଛି । ଏହି ଟାବଲେଟର ଦାମ୍ ରହିଛି ୬୮ ଟଙ୍କା ।

   Related Posts