ନୂଆଦିଲ୍ଲୀ ୨୫।୦୯: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୦ ଜଣଙ୍କ ମୃତ୍ୟୁ ହୋଇଛି ।
wp:html/wp:htmlIndia reports 29,616 new COVID cases, 28,046 recoveries, and 290 deaths in the past 24 hours. Recovery Rate currently at 97.78%
— ANI (@ANI) September 25, 2021
Active cases: 3,01,442
Total recoveries: 3,28,76,319
Death toll: 4,46,658
Vaccination: 84,89,29,160 (71,04,051 in the last 24 hours) pic.twitter.com/Jnlqu4UbyB
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୯,୬୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୦୦ ଟପିଛି। ୨୪ ଘଣ୍ଟା ମଧ୍ୟରେ ୨୯୦ ଜଣଙ୍କ ମୃତ୍ୟୁ ଘଟିଛି । ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୬ ହଜାର ୬୫୮ରେ ପହଞ୍ଚିଛି । ଏବେ ଦେଶରେ ୩୦୧୪୪୨ ସକ୍ରିୟ ମାମଲା ରହିଛି । ସେହିପରି ୩୨୮୬୭୩୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।