Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଭାରତର କେଉଁ ଭାଷା ସବୁଠୁ ଅସୁନ୍ଦର? googleଙ୍କ ଉତ୍ତରକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା

3/06/2021 at 8:32 PM

ବେଙ୍ଗାଲୁରୁ ୩।୬: ସୋସିଆଲ ମିଡିଆରେ ଯେଉଁ ବିଷୟ ଭାଇରାଲ ହୁଏ ସେନେଇ ପାଖାପାଖି ଦେଶର ସବୁ ଲୋକେ ଜାଣି ଯାଆନ୍ତି। ଏଥିରେ ଯଦି କାହାର ଭାଷା, ପୋଷାକ, ବୋଲି ଓ ସଂସ୍କୃତିକୁ ନେଇ ଖବର ଭାଇରାଲହୁଏ ତେବେ ସଇଲା କଥା। ଏବେ ଭାରତରେ ଏମିତି ଏକ ପରିସ୍ଥିତି ଉପୁଜିଛି। ସର୍ଚ୍ଚ ଇଞ୍ଜିନ ଗୁଗଲଙ୍କ ଏକ ଜବାବ ସମଗ୍ର ସୋସିଆଲ ମିଡିଆର ପରିବେଶକୁ ଉଷ୍ମ କରି ରଖିଛି। ତେବେ ଯାହାକୁ ନେଇଏତେ ହଙ୍ଗାମା ତାହା ହେଉଛି ‘ଭାରତର ସବୁଠୁ ଅସୁନ୍ଦର ଭାଷା’।

ଗୁଗଲ ସର୍ଚ୍ଚ ଇଞ୍ଜିନରେ ଭାଷାକୁ ନେଇ କେହି ସର୍ଚ୍ଚ କରିବା ବେଳେ ଏହାର ଜବାବ ‘କନ୍ନଡ’ ଆସିଥିଲା। ଦେଶର ୪୦ ନିୟୁତରୁ ବି ଅଧିକ ଲୋକେ ଦୈନିକ ଏହି ଭାଷାରେ କଥାବାର୍ତ୍ତା ହେବା ସହ ଭାବର ଆଦାନ ପ୍ରଦାନ କରିଥାନ୍ତି। ତେବେ ଏହାକୁ ଅସୁନ୍ଦର ଭାଷା ଦର୍ଶାଯିବା ଏହି ଭାଷାଭାଷୀଙ୍କୁ ବ୍ୟଥିତ କରିଛି। ପୂର୍ବରୁ ଏଥିରେ ଏହାକୁ ଭାରତର ସବୁଠୁ ସହଜ ଓ ସବୁଠୁ ସୁନ୍ଦର ଭାଷା ସମେତ ସମ୍ପର୍କିତ ୧୫ଟି ପ୍ରଶ୍ନର ବିସ୍ତୃତ ବିବରଣୀ ରହୁଥିଲା। ହେଲେ ଏବେ ମିଳୁଥିବା ଜବାବା ବାସ୍ତବିକ ଚିନ୍ତାଜନକ।

ତେବେ ଗୁଗଲଙ୍କ ସର୍ଚ୍ଚ ଇଞ୍ଜିନର ଜବାବ ଏବେ ସୋସିଆଲ ମିଡିଆରେ ହଙ୍ଗାମା କରିଛି। ଏଥିଲାଗି ଗୁଗଲ କର୍ତ୍ତୃପକ୍ଷ ପ୍ରଥମେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି ବଢିବାରେ ଲାଗିଛି। ଏପରିକି କେତେକ ଗୁଗଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କଲେଣି। ଏହି ଭାଷାଟି ବିଶ୍ୱର ସର୍ବ ପ୍ରାଚୀନ ଭାଷା ମଧ୍ୟରେ ଅନ୍ୟତମ ଥିବାବେଳେ ବିଶ୍ୱର ଅନୁନ୍ୟ ୬୦ ନିୟୁତ ଲୋକେ ଏହି ଭାଷାରେ କଥାବାର୍ତ୍ତା କରନ୍ତି ବୋଲି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

କଥା କେବଳ ଏବେ ସୋସିଆଲ ମିଡିଆରେ ସୀମିତ ନାହିଁ। ବେଙ୍ଗାଲୁରୁସ୍ଥିତ ଆଇଟି କମ୍ପାନୀ ଥିଙ୍କନେକ୍ସଟ୍ ଗୁଗଲଙ୍କ ସର୍ଚ୍ଚ ରେଜଲ୍ଟ ହଟାଇବାକୁ ଚାର୍ଜ ଡଟ୍ ଅର୍ଗରେ ଏକ ପିଟିସନ ଆରମ୍ଭ କରିଛନ୍ତି। ଯେଉଁଥିରେ  ହଜାର ହଜାର ଲୋକ ସେମାନଙ୍କ ସହମତି ଜଣାଉଛନ୍ତି। ସେପଟେ କର୍ଣ୍ଣାଟକ ଆମଆଦମୀ ପାର୍ଟି ୟୁଥ ୱିଙ୍ଗ ସଭାପତି ମୁକୁନ୍ଦ ଗୌଡ଼ା ତାଙ୍କ ଫେସବୁକ୍ ରେ ଗୁଗଲ ଇଣ୍ଡିଆଙ୍କ ଉପାଧ୍ୟକ୍ଷ ସଞ୍ଜୟ ଗୁପ୍ତାଙ୍କ ନାମରେ ଏକ ପତ୍ର ପୋଷ୍ଟ କରିଛନ୍ତି। ଏଥିରେ ସେ ଗୁଗଲ ସର୍ଚ୍ଚ ରେଜଲ୍ଟକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।

ମୁକୁନ୍ଦ ତାଙ୍କ ପୋଷ୍ଟରେ ଭାରତର କୌଣସି ଭାଷା ‘ଅଗ୍ଲି’ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ଏଣୁ ଏପରି ସର୍ଚ୍ଚର କୌଣସି ପରିଣାମ ପ୍ରଦାନ କରିବାରେ ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି। ଏଣୁ ସର୍ଚ୍ଚ ରେଜଲ୍ଟରୁ ଏପରି ପରିଣାମକୁ ତୁରନ୍ତ ହଟାଇବା ସହ ଏପରି କାଣ୍ଡ କରିଥିବା ଲୋକଙ୍କ ତଲାସ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ମୁକୁନ୍ଦ ନିବେଦନ କରିଛନ୍ତି।   

   Related Posts