Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ନୂଆ ଚାଲ୍‌, ଟାର୍ଗେଟରେ ୨୦୦ ଲୋକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

14/10/2021 at 4:19 PM

ନୂଆଦିଲ୍ଲୀ ୧୪/୧୦: ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହେଉ କି ଏୟାର ଷ୍ଟ୍ରାଇକ ଭୟ ଆଉ ନାହିଁ। ଏବେ ପୁଣି ଥରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି। ନିକଟରେ ଅନେକ ଆତଙ୍କବାଦୀ ସୁରକ୍ଷାବଳଙ୍କ ଗୁଳିରେ ଟଳିଥିବା ବେଳେ ଆମ ଯବାନ ମଧ୍ୟ ସହିଦ ହୋଇଛନ୍ତି । କିନ୍ତୁ ଏବେ ଏବେ ମିଳିଥିବା ଗୁଇନ୍ଦା ରିପୋର୍ଟ ଅନୁସାରେ, ଆତଙ୍କବାଦୀ ଜାମ୍ମୁକାଶ୍ମୀରରେ ଟାର୍ଗେଟ କିଲିଂ ପାଇଁ ୨୦୦ ଲୋକଙ୍କୁ ବାଛିଛନ୍ତି। ଏହି ଲିଷ୍ଟରେ ସାଧାରଣ ଲୋକ, ଗୁଇନ୍ଦା ଏଜେନ୍ସିର ଅଧିକାରୀ, କେନ୍ଦ୍ର ସରକାର ଏବଂ ସେନାର ନିକଟତର ସାମ୍ବାଦିକ, ଘାଟି ବାହାରର ଲୋକ ଏବଂ କାଶ୍ମୀର ପଣ୍ଡିତଙ୍କ ନାଁ ଏବଂ ଗାଡ଼ି ନମ୍ବର ସାମିଲ ରହିଛି।

ରିପୋର୍ଟରେ ଆହୁରି ମଧ୍ୟ ଖୁଲାସା ହୋଇଛି ଯେ, ସେପ୍ଟେମ୍ବର ୨୧ରେ ପାକିସ୍ତାନର ମୁଜଫରାବାଦରେ ଆତଙ୍କବାଦୀଙ୍କ ଏକ ବୈଠକ ହୋଇଛି। ଏହି ବୈଠକରେ ଜୈଶ ଏ ମହମ୍ମଦ, ଲଶ୍କର ଏ ତୋୟିବା, ହିଜବୁଲ ମୁଜାହିଦ୍ଦିନ ଏବଂ ଅଲ ବଦର ସମେତ ଅନକେ ସଂଗଠନର ଆତଙ୍କବାଦୀ ସାମିଲ ହୋଇଥିଲେ। ସମସ୍ତ ସଂଗଠନରୁ ସଦସ୍ୟଙ୍କୁ ନେଇ ଏକ ନୂଆ ଆତଙ୍କବାଦୀ ସଂଗଠନ ଗଢ଼ିଉଠିଥିବା ମଧ୍ୟ ଜଣାପଡ଼ିଛି । ସେମାନେ କେବଳ ଗୁଇନ୍ଦା ଅଧିକାରୀ, ଘାଟି ବାହାରର ଲୋକ, ଆରଏସଏସ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଟା​ର୍ଗେଟ କରିବେ।  

ଏହି ସବୁ ଆତଙ୍କବାଦୀ ଘାଟିରେ ଟାର୍ଗେଟ କିଲିଂର ଦାୟିତ୍ବ ନେବେ ବୋଲି ବୈଠକରେ ସ୍ଥିର ହୋଇଛି। ଏହାକୁ ନେଇ ଏବେ ଉରୀ ଏବଂ ତଙ୍ଗଧାର ରାସ୍ତା ଦେଇ ଗ୍ରେନେଡ୍‌ ଏବଂ ପିସ୍ତଲ ପଠାଯାଉଛି । ଅନ୍ୟପଟେ ସୁରକ୍ଷାବଳ ଏବେ ଆକ୍ସନ ମୁଡ୍‌ରେ ଥିବା ବେଳେ ଆତଙ୍କବାଦୀମାନେ ମଧ୍ୟ ଛାନିଆ। ଲଗାତାର ଅପରେସନ୍‌ ଯୋଗୁଁ କେତେକ ଅଞ୍ଚଳରେ ଆତଙ୍କବାଦୀଙ୍କ ଯୋଜନା ଭଣ୍ଡୁର ହେଉଥିବା ଦେଖିବାକୁ ମିଳୁଛି। ଏଥିରେ ଚିନ୍ତାରେ ପଡ଼ିଥିବା ଆତଙ୍କବାଦୀ ଏବେ ନିରୀହ ଏବଂ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ଏହା ସହ ଧର୍ମ ଆଧାରରେ ସାଂପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଆତଙ୍କବାଦୀ ।

   Related Posts