Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

ମୂରାରୀଲାଲ ଜଲାନ ଓ କାର୍ଲୋକ କ୍ୟାପିଟାଲ କନସୋର୍ଟିୟମ ହେବେ ଜେଟ୍ ଏୟାରୱେଜ୍‌ର ନୂଆ ମାଲିକ

17/10/2020 at 6:05 PM

ନୂଆଦିଲ୍ଲୀ ୧୭।୧୦: ବ୍ରିଟେନର କାର୍ଲୋକ କ୍ୟାପିଟାଲ ଓ ୟୁଏଇ ଏଣ୍ଟରପ୍ରିନିୟର ମୂରାରୀଲାଲ ଜଲାନଙ୍କ କନସୋର୍ଟିଅମ ହେବେ ଜେଟ୍ ଏୟାରୱେଜ୍‌ର ନୂଆ ମାଲିକ।  ବିମାନ କମ୍ପାନୀକୁ ଋଣଦାନ କରିଥିବା କ୍ରେଡିଟର୍ସ କମିଟି (ସିଓସି) କନସର୍ଟିୟମକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ପ୍ରାୟ ୧ ବର୍ଷ ପୂର୍ବେ ଫଣ୍ଡ ଅଭାବରୁ ଜେଟ୍ ଏୟାରୱେଜ ଅପରେସନ ବନ୍ଦ ହୋଇଯାଇଛି। 

ଏୟାରଲାଇନ୍ସ ଋଣଦାତାଙ୍କ ଦ୍ୱାରା ନିଯୁକ୍ତ ରିଜଲ୍ୟୁସନ ପ୍ରଫେସନାଲ ଆଶିଷ ଛଛରିଆ ଏ ନେଇ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚିତ କରିଛନ୍ତି। ସେ ଦେଇଥିବା ସୂଚନା ଅନୁସାରେ ଏଥିଲାଗି ଅକ୍ଟୋବର ୧୭ରେ ଇ-ଭୋଟିଂ ଶେଷ ହୋଇଥିବା ବେଳେ କମିଟି ଅଫ କ୍ରେଡିଟର୍ସ ମୂରାରୀଲାଲ ଜଲାନ ଓ ଫ୍ଲୋରିଏନ ଫ୍ରିଟିସ୍ ଙ୍କ ପ୍ରସ୍ତାବକୁ ମଞ୍ଜୁର କରିଥିବା କହିଛନ୍ତି।

ଜେଟ୍ ଏୟାରଲାଇନ୍ସ ଲାଗି ମୂରାରୀଲାଲ ଜଲାନ ଓ କାର୍ଲୋକ କ୍ୟାପିଟାଲ କନସୋର୍ଟିୟମ ବୋଲି ଲଗାଇଥିଲେ। ଏହି କନସୋର୍ଟିୟମ ବାଦେ ହରିୟାଣାର ଫ୍ଲାଇଟ୍ ସିମୁଲେସନ ଟେକନିକ୍ ସେଣ୍ଟର, ମୁମ୍ବାଇର ବିଗ୍ ଚାର୍ଟର ଓ ଆବୁଧାବୀର ଇମ୍ପେରିୟାଲ କ୍ୟାପିଟାଲ ଇନଭେଷ୍ଟମେଣ୍ଟସ  ମଧ୍ୟ ଆଗ୍ରହୀ ଥିଲେ। ତେବେ ବୋଲି ଚୂଡାନ୍ତ ହୋଇଥିବା ବେଳେ ଋଣରେ ବୁଡି ଦେବାଳିଆ ହୋଇଯାଇଥିବା ଜେଟ୍ ଏୟାର ଏୟାରୱେଜ୍  ପୁଣି ଆକାଶରେ ଉଡିବା ଏବେ ସ୍ପଷ୍ଟ ହୋଇଯାଇଛି। ଏପ୍ରିଲ ୨୦୧୯ରୁ ଜେଟ୍ ଏୟାର ୱେଜର ସଞ୍ଚାଳନ ବନ୍ଦ ହୋଇଯାଇଥିଲା।

   Related Posts