Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ସୁଷମା ସ୍ବରାଜ ଏବଂ ବୀର ସବରକରଙ୍କ ନାମରେ ନାମିତ ହେବ ଡିୟୁର ନୂଆ କଲେଜ୍‌, କାର୍ଯ୍ୟକାରୀ ପରିଷଦରେ ନିଷ୍ପତ୍ତି

30/10/2021 at 5:05 PM

ନୂଆଦିଲ୍ଲୀ  ୩୦/୧୦: ଦିଲ୍ଲୀ ବିଶ୍ବବିଦ୍ୟାଳୟର ନୂଆ କଲେଜ୍‌ର ନାଁ ଦିବଂଗତ ବିଜେପି ନେତ୍ରୀ ସୁଷମା ସ୍ବରାଜ ଏବଂ ସ୍ବାଧୀନତା ସଂଗ୍ରାମୀ ବୀର ସବରକରଙ୍କ ନାମାନୁସାରେ ରଖାଯିବ। ଦିଲ୍ଲୀ ବିଶ୍ବବିଦ୍ୟାଳୟର କାର୍ଯ୍ୟକାରୀ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ଦିଲ୍ଲୀ ବିଶ୍ବବିଦ୍ୟାଳୟର କାର୍ଯ୍ୟକାରୀ ପରିଷଦ ବୈଠକରେ କୁଳପତି ନିଷ୍ପତ୍ତି ନେଲେ ଯେ ତିଆରି ହେବାକୁ ଥିବା କଲେଜ ଏବଂ ସେଣ୍ଟରର ନାଁ ଦିବଂଗତ ବିଜେପି ନେତ୍ରୀ ସୁଷମା ସ୍ବରାଜ ଏବଂ ବିନାୟକ ଦାମୋଦର ସବରକରଙ୍କ ନାମାନୁସାରେ ନାମିତ ହେବ ।

ଏହା ପୂର୍ବରୁ ଅଗଷ୍ଟ ମାସରେ ହୋଇଥିବା ବୈଠକରେ ନୂଆ କଲେଜର ନାଁ ସୁଷମା ସ୍ବରାଜ, ବୀର ସବରକର, ସ୍ବାମୀ ବିବେକାନନ୍ଦ ଏବଂ ସର୍ଦ୍ଦାର ପଟେଲଙ୍କ ନାଁରେ ରଖିବା ପାଇଁ ବିଚାର କରାଯାଇଥିଲା। ଏହା ସହିତ କାର୍ଯ୍ୟକାରୀ ପରିଷଦ ଅଟଳ ବିହାରୀ ବାଜପେୟୀ, ସାବିତ୍ରୀ ବାଇ ଫୁଲେ, ଚୌଧୁରୀ ବ୍ରହ୍ମା ପ୍ରକାଶ ଏବଂ ସିଡି ଦେଶମୁଖଙ୍କ ନାଁ ପ୍ରସ୍ତାବ ଦେଇଥିଲା। ଏହି ସବୁ ନାଁ ଉପରେ ଅନ୍ତିମ ନିଷ୍ପତ୍ତି ନେବା ପାଇଁ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଦାୟିତ୍ବ ମିଳିଥିଲା।

ଏହା ବ୍ୟତୀତ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ନେଇ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏବେ କଲେଜ୍‌ରେ ଚାକିରି କରିବାକୁ ହେଲେ ସାକ୍ଷାତକାର ପାଇଁ କୌଣସି ସୀମିତ ପ୍ରାର୍ଥୀଙ୍କୁ ଆମନ୍ତ୍ରଣ କରାଯିବ ନାହିଁ। ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରେ ଭର୍ତ୍ତି ପାଇଁ ଅତିକମରେ ୩୦ ଜଣ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ସୁଯୋଗ ମିଳିବ। ସେପଟେ ଦୀର୍ଘ ଦିନ ହେଲା ବନ୍ଦ ଥିବା କଲେଜଗୁଡ଼ିକ ଖୋଲିବା ପାଇଁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଦାବି କରିଛନ୍ତି । କିନ୍ତୁ ଦିଲ୍ଲୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦିଲ୍ଲୀ ସରକାରଙ୍କ ଆଗାମୀ ନିର୍ଦେଶ ଉପରେ ନଜର ରଖିଛନ୍ତି ।

   Related Posts