Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ଚକ୍ରବର୍ତ୍ତୀ ସିଂ ରାଠୋର, କରୋନା ନିୟନ୍ତ୍ରଣ ପ୍ରାଥମିକତା

14/09/2020 at 12:29 PM

ଯାଜପୁର ୧୪।୦୯: ଯାଜପୁର ଜିଲ୍ଲାର ୨୧ ତମ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର। ସୋମବାର ଦିନ ମା ବିରଜାଙ୍କ ମନ୍ଦିର ବାହାରେ ମାଙ୍କୁ ପ୍ରଣାମ କରି ଆଶୀର୍ବାଦ କାମନା କରିଥିଲେ ଶ୍ରୀ ରାଠୋର। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ।

ଶ୍ରୀ ରାଠୋର ଏହା ପୂର୍ବରୁ ବ୍ରହ୍ମପୁର ମୁନିସିପାଲ କର୍ପୋରେସନର କମିଶନର ଭାବେ କାର୍ଯ୍ୟରତ ଥିଲେ । ଜିଲ୍ଲାପାଳଙ୍କ ଦାୟିତ୍ଵ ଗ୍ରହଣ କରିବା ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକଙ୍କ ସହ ଆଇଏଏସ୍ ପ୍ରୋବେସନର ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅକ୍ଷୟ କୁମାର ମଲ୍ଲିକ , ଜିଲ୍ଲାପାଳ ଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ ଯେ,  ଯାଜପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ରଂଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିଲା । ତେବେ ନୂତନ ଜିଲ୍ଳାପାଳ ଯାଜପୁର ଆସିବା ପରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲା ଏବେ କରୋନା ତାଲିକାରେ  ୫ନମ୍ବରେ ରହିଥିବା ବେଳେ  ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି ।

ତେବେ ବ୍ରହ୍ମପୁରରେ ଥିବା ସମୟରେ ଜିଲ୍ଲାପାଳ କରୋନା ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ତାହାକୁ ଯାଜପୁରରେ କାର୍ଯ୍ୟକାରୀ କରାଯିବ । ଯେପରି ବ୍ରହ୍ମପୁର ଭଳି ଯାଜପୁରରେ କରୋନା ନିୟନ୍ତ୍ରଣ କରାଯାଇପାରିବ ବୋଲି କହିଛନ୍ତି । ଆସନ୍ତା ୧୫ ଦିନ କରୋନା ମୁକାବିଲାକୁ ମୁଖ୍ୟ ଲକ୍ଷ୍ୟ ରଖି କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥି ସହିତ ଜିଲ୍ଲାବାସୀଙ୍କ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ଜନ ସାଧାରଣ କରୋନା ଗାଇଡଲାଇନ ମାନିବା ଜରୁରୀ ବୋଲି ଜିଲ୍ଲାପାଳ କହିଛନ୍ତି ।

   Related Posts