କର୍ଣ୍ଣାଟକକୁ ମିଳିଲା ନୂଆ ମୁଖିଆ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ

Published By : Prameya-News7 Bureau | July 28, 2021 IST

କର୍ଣ୍ଣାଟକ ୨୮/୭ : କର୍ଣ୍ଣାଟକକୁ ମିଳିଲା ନୂଆ ମୁଖିଆ । ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ । ତାଙ୍କୁ ପଦ ଓ ଗୋପନୀୟତାର ଶପତପାଠ କରାଇଛନ୍ତି ରାଜ୍ୟପାଳ ଥାବର ଚନ୍ଦ୍ର ଗେହଲଟ । ଗତକାଲି ବାସବରାଜ ବୋମ୍ମାଇଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ ବୋମ୍ମାଇଙ୍କ ନାମ ମୁଖ୍ୟମନ୍ତ୍ରୀ ହୋଇଥିବା ପିତା-ପୁତ୍ର ଯୋଡ଼ିରେ ସାମିଲ ହୋଇଗଲା ।

ଉତ୍ତର କର୍ଣ୍ଣାଟକରୁ ଆସିଥିବା ଲିଙ୍ଗାୟତ ନେତା ବାସବରାଜ ବୋମ୍ମାଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଆର ବୋମଇଙ୍କ ପୁତ୍ର । ସେ ୧୯୮୮ରୁ ୧୯୮୯ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ ।

wp:html /wp:html

୬୧ ବର୍ଷୀୟ ବୋମ୍ମଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ନେତୃତ୍ୱରେ ପରିଚାଳିତ ସରକାରରେ ଗୃହ, ଆଇନ, ସଂସଦୀୟ ଏବଂ ବଧାୟୀ କାର୍ଯ୍ୟ ବିଭାଗରେ ମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ବୋମୋଇଙ୍କ ପୂର୍ବରୁ କର୍ଣ୍ଣାଟକରେ ଆଉ ଏକ ପିତା-ପୁତ ଯୋଡ଼ି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦେବେଗୌଡ଼ା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ । ପରେ ତାଙ୍କର ପୁତ୍ର ଏଚ୍‌ଡି କୁମାରସ୍ୱାମୀ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.