ସରକାରକା ମାଲ ଦରିଆ ମେ ଡାଲ: କଟକ ବିକାଶ ଭବନ ପରିସରରେ ପଡି ପଡି ଖତ ଖାଉଛି କୋଟି କୋଟି ଟଙ୍କାର ନୂଆ ସିଟି ବସ୍, କାହାର ଚିନ୍ତା ନାହିଁ

Published By : Prameya-News7 Bureau | January 05, 2019 IST

କଟକ ୫|୧: ଭୁବନେଶ୍ବରରୁ କଟକ ଏବଂ କଟକର ବିଭିନ୍ନ ରୁଟରେ ଚାଲିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ସରକାର କିଣିଥିଲେ ସିଟିବସ । ହେଲେ ବସ କିଣାହେବା ଦିନଠାରୁ ପଡିପଡି ଖତ ଖାଉଛି । କେଉଁ ବସର ସିଟ୍ ତାଡି ନେଲେଣିଲ ଦୁର୍ବୃତ୍ତ ଆଉ କେଉଁ ବସରୁ ବ୍ୟାଟେରି ଚୋରି ହୋଇଗଲାଣି ।  ବସ ଗୁଡିକୁ ନେଇଯିବାକୁ ସରକାରଙ୍କୁ ବାରମ୍ବାର ବାରମ୍ବାର ଚିଠି ଲେଖାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଉନି ବୋଲି ମେୟର କହିଛନ୍ତି । ...

କେଉଁଠି ବସରେ ଗଛ ମାଡି ଯାଇଛି ତ ଆଉ କେଉଁ ବସରେ ସିଟ୍ ନାହିଁ । ବସର ସିଟ ବ୍ୟାଟେରି ସହ ଅନ୍ୟାନ୍ୟ ଯନ୍ତ୍ରାଂଶ କାଢି ବିକି ସାରିଲେଣି ଦୁର୍ବୃତ୍ତ । କଟକ ବିକାଶ ଭବନ ପରିସରରେ ପଡି ପଡି ଖତ ଖାଉଛି କୋଟି କୋଟି ଟଙ୍କାର ସିଟି ବସ୍ । ଭୁବନେଶ୍ବରରୁ କଟକ ଓ କଟକର ୬ଟି ରୁଟ ଦେଇ ଚାଲିବା ପାଇଁ ଆସିଥିଲା ୩୦ଟି ସିଟି ବସ ।

{"id":70760}

ହେଲେ ଆସିବା ଦିନଠାରୁ ଏହି ବସ୍ ନା ସାଧାରଣଲୋକଙ୍କୁ ସେବା ଯୋଗାଇ ପାରିଛି ନା ଏହାକୁ ସରକାର ନିଜ କାମରେ ଲଗାଇ ପାରିଛନ୍ତି । ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ।

ସେପଟେ କିନ୍ତୁ ଏ ନେଇ କଟକ ମହାନଗର ନିଗମ ପାଖରେ ନାହିଁ ସନ୍ତୋଷଜନକ ଉତ୍ତର। କଟକରେ ପଡି ରହିଥିବା ଏହି ସିଟି ବସକୁ ନେଇଯିବା ପାଇଁ ମହାନଗର ନିଗମ ପକ୍ଷରୁ ବାରମ୍ବାର ଚିଠି ଲେଖା ହୋଇଥିଲେ ବି କୌଣସି ସୁଫଳ ମିଳୁନଥିବା ମେୟର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.