Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଆରମ୍ଭ ହେବାକୁ ଯାଉଛି ମଙ୍ଗଳକାରୀ ସଂଯୋଗ, ଏହି ରାଶିମାନଙ୍କର ହେବ ମଙ୍ଗଳ ହିଁ ମଙ୍ଗଳ

26/08/2019 at 9:18 PM

ଜ୍ୟୋତିଶ ଶାସ୍ତ୍ରାନୁସାରେ ମଙ୍ଗଳବାର ଆରମ୍ଭ ହେଉଛି ମଙ୍ଗଳକାରୀ ସଂଯୋଗ। ଯେଉଁଥିରୁ କିଛି ରାଶିର ଲୋକଙ୍କ ମଙ୍ଗଳ ହିଁ ମଙ୍ଗଳ ହେବ। ଏହି ରାଶିର ଲୋକଙ୍କ ଜୀବନରେ ସୁଖ ସମୃଦ୍ଧି ଓ ଶାନ୍ତି ଆସିବା ସହ ଅପାର ସଫଳତାର ବି ଅଧିକାରୀ ହେବେ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ଏହି ସଂଯୋଗର ଲାଭ ପାଇବାକୁ ଯାଉଛନ୍ତି।

ରାଶିଚକ୍ରର ପ୍ରଥମ ଓ ତୃତୀୟ ରାଶି ଅର୍ଥାତ ମେଶ ଓ ମିଥୁନ ରାଶି ଏହି ସଂଯୋଗର ପ୍ରଚୁର ଲାଭ ପାଇବେ। ଏହି ରାଶିର ଲୋକଙ୍କ ଜୀବନ ଅଚାନକ ସୁଧୁରିବାରେ ଲାଗିବ। ସମାଜରେ ସେମାନଙ୍କ ମାନସମ୍ମାନ ବୃଦ୍ଧି ସହ ସେମାନଙ୍କ ସ୍ୱପ୍ନ ସାକାର ହେବ।  ଏଥିରେ ଏମାନେ ହନୁମାନଜୀଙ୍କ ପୂଜାର୍ଚ୍ଚନା କଲେ ଅଧିକ ଶୁଭଫଳ ପ୍ରାପ୍ତ କରିପାରିବେ।  

ମକର ଓ ବୃଷ ରାଶି ଜାତଙ୍କ ଲାଗି ଏହି ସଂଯୋଗ ଅଧିକ ଲାଭକାରୀ ହେବ। ଏହି ସଂଯୋଗ ରାଶିର ଜାତକଙ୍କ ଲାଗି ବହୁତ ଖାସ ସାବ୍ୟସ୍ତ ହେବ। ଏହି ରାଶିର ଜାତକଙ୍କୁ ଜୀବନର ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସେମାନଙ୍କ ପରିବାର ଭୋଗୁଥିବା ସମସ୍ତ ସମସ୍ୟାରୁ ମୁକ୍ତ ହେବ। ଏବେ ଏହି ଜାତକ ସଫଳ ଜୀବନ ଯାପନ ଲାଗି ସୁ ଅବସର ପାଇବେ।

ସେହିପରି ବୃଶ୍ଚିକ ଓ କୁମ୍ଭ ରାଶିଜାତକଙ୍କୁ ମଧ୍ୟ ଏହି ସଂଯୋଗର ଶୁଭଫଳ ମିଳିବ। ହନୁମାନଜୀଙ୍କ କୃପାରୁ ଏମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନର ସଙ୍କେତ ମିଳୁଛି। ଏହି ରାଶି ଜାତକ ଜୀବନର ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ସେମାନଙ୍କ ଘରେ ସୁଖ ସମୃଦ୍ଧି ଆସିବ। ହନୁମାନଜୀଙ୍କ ପୂଜାର୍ଚ୍ଚନା ଆହୁରି ଫଳପ୍ରଦ କରିବ ସେମାନଙ୍କ ଜୀବନକୁ।

   Related Posts