ପଶୁଙ୍କ ପାଇଁ ବାଲେଶ୍ବର ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଏକ କୋଠା ନିର୍ମାଣ ହେଲା

Published By : Prameya-News7 Bureau | August 02, 2018 IST

ଗୃହପାଳିତ ପଶୁଙ୍କ ବିଭିନ୍ନ ରୋଗ ପରୀକ୍ଷା ପାଇଁ ବାଲେଶ୍ବର ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଏକ କୋଠା ନିର୍ମାଣ ହେଲା । ଏଠାରେ ଅତ୍ୟାଧୁନିକ ଯନ୍ତ୍ରପାତିମାନ ମଧ୍ୟ ବସିଲା । ଏ ଭିତରେ ୧୦ ବର୍ଷ ବିତିଲାଣି । ହେଲେ ଯନ୍ତ୍ରପାତି କାର୍ଯ୍ୟକ୍ଷମ ହୋଇପାରୁନି ।ଏଥିପାଇଁ ଉଚ୍ଚ କର୍ତ୍ତୃପକ୍ଷ କର୍ମଚାରୀଙ୍କ ଅଭାବକୁ ଦାୟୀ କରିଛନ୍ତି । ବାଲେଶ୍ବର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରହିଛି ଡିଷ୍ଟିକ୍ଟ ଡାଇଗ୍ନୋଷ୍ଟିକ୍ ଲାବୋରଟେରୀ ସେଣ୍ଟର ।ଏହି କେନ୍ଦ୍ରର ଗୃହ ନିର୍ମାଣ, ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ ହୋଇଛି ପ୍ରାୟ କୋଟିଏ ଟଙ୍କା । ଗୃହପାଳିତ ପଶୁଙ୍କ ବିଭିନ୍ନ ରୋଗ ପରୀକ୍ଷଣ ପାଇଁ ଏହି କେନ୍ଦ୍ର ନିର୍ମାଣ ହୋଇଥିଲା ୧୦ ବର୍ଷ ତଳେ । ଏହା କାର୍ଯ୍ୟକ୍ଷମ ହୋଇଥିଲେ ବଡ଼ ବଡ଼ ରୋଗ ପରୀକ୍ଷା ପାଇଁ ଆଉ କଟକ, ଭୁବନେଶ୍ବର ଯିବାକୁ ପଡ଼ିନଥାଆନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.