ଦେଶର ନୂଆ ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଇଁ ଏବେ ଅଗ୍ନି ପରୀକ୍ଷାର ବେଳ, ଜାଣନ୍ତୁ କ'ଣ ସବୁ ରହିଛି ଚ୍ୟାଲେଞ୍ଜ

Published By : Prameya-News7 Bureau | June 03, 2019 IST

ନୂଆଦିଲ୍ଲୀ ୩|୫: ଅମିତ ଶାହା ।୨୦୧୯ ନିର୍ବାଚନରେ ବିଜେପିର ଐତିହାସିକ ସଫଳତାରେ ମୁଖ୍ୟ ରଣନୀତିକାର ।ତାଙ୍କରି ନୀତି ନିର୍ଦ୍ଦେଶରେ ବିଜେପି ୩୦୦ରୁ ଅଧିକ ଲୋକସଭା ଆସନରେ ଜିତି ନିର୍ବାଚନରେ ପୁଣିଥରେ କେନ୍ଦ୍ରରେ ଦୃଢ଼ ସରକାର ଗଢ଼ିବାକୁ ସକ୍ଷମ ହୋଇଛି ।ମୋଦି ଟୁ ପଏଣ୍ଟ ଜିରୋରେ ସେ ହେଉଛନ୍ତି ମୋଷ୍ଟ ପାୱାରଫୁଲ୍‌ ମିନିଷ୍ଟର ।ଆଉ ବିଜେପିର ନିର୍ବାଚନୀ ସଫଳତା ପରେ ଯେତେବେଳେ ପ୍ରଥମେ ସୂଚନା ମିଳିଲା ଯେ ଅମିତ ଶାହା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।କାରଣ ଅମିତ ଶାହାଙ୍କ ବିନା ବିଜେପି କେମିତି ଚାଲିବ ତାହା ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଥିଲା ।

{"id":119045}

ବିଜେପିର ଜଣେ ବ୍ୟକ୍ତି-ଗୋଟିଏ ପଦ ନିୟମ ଅନୁସାରେ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ହେବାପରେ ତାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପଡ଼ିବ ।ତେବେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରରେ ପ୍ରବଳ ସଂଖ୍ୟାଗରିଷ୍ଠତା ସହିତ କ୍ଷମତାକୁ ଫେରିବା ପରେ ଏବେ ଅମିତ ଶାହାଙ୍କୁ ଗୃହ ମନ୍ତ୍ରାଳୟର ଗୁରୁଦାୟିତ୍ବ ଦେଇଛନ୍ତି ।ଗୃହମନ୍ତ୍ରୀ ହିସାବରେ ତାଙ୍କୁ ଏବେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ ।…

{"id":119046}

ଅମିତ ଶାହା । ବର୍ତ୍ତମାନ ଭାରତୀୟ ରାଜନୀତିର ଚାଣକ୍ୟ ଭାବେ ପରିଚିତ ।ତାଙ୍କରି ନୀତି ନିର୍ଦ୍ଦେଶରେ ବିଜେପି ୨୦୧୪ରୁ ଲଗାତର ବିଭିନ୍ନ ରାଜ୍ୟ ନିର୍ବାଚନରେ ସଫଳତା ପାଇଆସୁଥିବା ବେଳେ ୨୦୧୯ ଲୋକସଭା ନିର୍ବାଚନରେ ପାଇଛି ଐତିହାସିକ ସଫଳତା । ଏବେ ବିଜେପି କହିଲେ ମୋଦି-ଶାହାଙ୍କ ଯୋଡ଼ିକୁ ବୁଝାଉଥିବା ବେଳେ ବିଜେପିର ସଫଳତାର ଶ୍ରେୟ ଅନେକାଂଶରେ ଅମିତ ଶାହାଙ୍କୁ ଯାଉଛି ।

{"id":119047}

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ପାରମ୍ପାରିକ ଆସନ ଗାନ୍ଧିନଗରରୁ ଲଢ଼ି ନିର୍ବାଚନ ଜିତିଛନ୍ତି ଅମିତ ଶାହା ।ଆଉ ଶନିବାର ଯେତେବେଳେ ସେ ଦେଶର ଗୃହମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସେତେବେଳେ ଦେଶବାସୀ ତାଙ୍କଠାରୁ ଅନେକ କିଛି ଆଶା ରଖିଛନ୍ତି ।ଶାହାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ଜାମ୍ମୁ କାଶ୍ମୀର ସ୍ଥିତି ।ଜାମ୍ମୁ କାଶ୍ମୀରରେ ପ୍ରାୟ ବର୍ଷେ ହେବ କୌଣସି ନିର୍ବାଚିତ ସରକାର ନାହାନ୍ତି ।ଗତବର୍ଷ ଜୁନ୍‌ରୁ ରାଜ୍ୟରେ ରାଜ୍ୟପାଳ ଶାସନ ଏବଂ ଗତ ଡିସେମ୍ବରରୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି ।

{"id":119048}

ପାକିସ୍ତାନ ପ୍ରରୋଚନାରେ ଜାମ୍ମୁ କାଶ୍ମୀର ସ୍ଥିତି ଏବେ ଆଦୌ ଭଲ ନାହିଁ କହିଲେ ଚଳେ ।ଗତ୫ ବର୍ଷରେ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପରେ ୧୭୬ ପ୍ରତିଶତ ବୃଦ୍ଧି ଘଟିଛି । ରାଜ୍ୟରେ ଯଦି ସ୍ଥିତି ସ୍ବାଭାବିକ ଥାଆନ୍ତା ତା ହେଲେ ଲୋକସଭା ନିର୍ବାଚନ ସହିତ ରାଜ୍ୟ ବିଧାନସଭା ନିର୍ବାଚନ ହୋଇଥାନ୍ତା ।

କିନ୍ତୁ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ଏବଂ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଯୋଗୁଁ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇପାରିଲା ନାହିଁ ।କିନ୍ତୁ ଚଳିତବର୍ଷ ଶେଷ ଆଡ଼କୁ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ନୂଆ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ । …

{"id":119049}

ଶାହାଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଯିବ ମାଓବାଦୀ ହିଂସାକାଣ୍ଡ ।ଛତିଶଗଡ଼, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ରରେ ମାଓବାଦୀ ହିଂସା ଥମିବାର ନାଁ ନେଉନାହିଁ ।ମଝିରେ ମଝିରେ ଲାଲବାହିନୀ ବଡ଼ଧରଣର ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି ।

ଇଲେକ୍ସନ ସିଜନ୍‌ରେ ଛତିଶଗଡ଼ର ଦାନ୍ତେୱାଡ଼ା ବିଧାୟକ ଭୂୀମା ମାଣ୍ଡାଭି ମାଓବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ ।ଦେଶର ଗୃହମନ୍ତ୍ରୀ ଭାବରେ ଅମିତ ଶାହା କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଗୁଡ଼ିକର ମୁଖ୍ୟ ।ଆଉ ଆଇନ ଶୃଙ୍ଖଳା ରକ୍ଷା କରିବାର ଗୁରୁ ଦାୟିତ୍ବ ତାଙ୍କ ଉପରେ ।…

ଉତ୍ତର ପୂର୍ବାଞ୍ଚଳରେ ଜାତୀୟ ଜନସଂଖ୍ୟା ରେଜିଷ୍ଟ୍ରାର ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ।ଏଥିଯୋଗୁଁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକର ଅନେକ ଲୋକ ନିଜର ଭାରତୀୟ ନାଗରିକତ୍ବ ପରିଚୟ ହରାଇବାର ଆଶଙ୍କା ରହିଛି ।ପଡ଼ୋଶୀ ବାଂଲାଦେଶରୁ ଚାଲିଆସି ଭାରତରେ ବର୍ଷ ବର୍ଷ ଧରି ଆଡ୍ଡା ଜମାଇଥିବା ଲୋକଙ୍କ ପାଇଁ ଏନ୍‌ଆର୍‌ସି ଏକ ବଡ଼ ସଙ୍କଟ ହୋଇଥିବା ବେଳେ ଏହାକୁ ନେଇ ଆସାମ, ତ୍ରିପୁରା ଓ ମଣିପୁର ଭଳି ରାଜ୍ୟରେ ଜନ ଆନ୍ଦୋଳନ ମୁଣ୍ଡ ଟେକି ଉଠିଛି ।ଏପରିକି କାରଗିଲ ଯୁଦ୍ଧରେ ଲଢ଼ିଥିବା ଜଣେ ଆର୍ମି ଭେଟେରାନଙ୍କୁ ଅନୁପ୍ରବେଶାରୀ ଭାବେ ଘୋଷଣା କରାଯାଇଛି ।ଏହାର ସମାଧାନ କରିବା ଏବେ ଅମିତ ଶାହାଙ୍କ ପାଇଁ ଚ୍ୟାଲେଞ୍ଜ ।…

{"id":119050}

ଅନୁପ୍ରବେଶ ଦେଶ ପାଇଁ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଥିବା ବେଳେ ଏହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ।କେବଳ ପାକିସ୍ତାନ ସୀମା ନୁହେଁ ବରଂ ବାଂଲାଦେଶ ଓ ମିଆଁମାର ଦେଇ ମଧ୍ୟ ବହୁ ସଂଖ୍ୟାରେ ଅନୁପ୍ରବେଶକାରୀ ଭାରତ ଭିତରକୁ ଚାଲିଆସୁଛନ୍ତି ।

{"id":119052}

ଦୁଇବର୍ଷ ଭିତରେ ୪୦୦ରୁ ଅଧିକ ଆତଙ୍କବାଦୀ ଜମ୍ମୁ କଶ୍ମୀର ଦେଇ ଭାରତ ଭିତରକୁ ଚାଲିଆସିଛନ୍ତି ।ସେହିପରି ବାଂଲାଦେଶ ଅନୁପ୍ରବେଶକାରୀ ମାନେ ଆସାମ ଓ ତ୍ରିପୁରାରେ ସୃଷ୍ଟି କରିଛନ୍ତି ବଡ଼ ସମସ୍ୟା ।ଏହାଦ୍ବାରା ଆସାମର ମୂଳ ବାସିନ୍ଦା ମାନେ ଏବେ ଧିରେ ଧିରେ ସଂଖ୍ୟାଲଘୁ ହେବାରେ ଲାଗିଛନ୍ତି ।ଏଥିଯୋଗୁଁ ସେଠାରେ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି ।…

{"id":119051}

ଦେଶର କେତେକ ଅଞ୍ଚଳରେ ବଢୁଥିବା ସାଂପ୍ରଦାୟିକ ଉତ୍ତେଜନା ଏବଂ ଏଥିଯୋଗୁଁ ବଢୁଥିବା ଅପରାଧ ପ୍ରବଣତା ଦେଶର ଗୃହମନ୍ତ୍ରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।ସାଂପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବା ସହିତ ଅପରାଧ ନିୟନ୍ତ୍ରଣ କରିବା ଦେଶର ନୂଆ ଗୃହମନ୍ତ୍ରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.