Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ନିର୍ଭୟା ମାମଲା : ପୁଣି ଘୁଞ୍ଚିବ ଫାଶୀ ତାରିଖ ! ବାଜି ମାରିଛନ୍ତି ଦୋଷୀଙ୍କ ଓକିଲ

18/02/2020 at 3:17 PM

ନୂଆଦିଲ୍ଲୀ  ୧୮।୦୨ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଦିଲ୍ଲୀର ପଟିଓ୍ବାଲା ହାଉସ କୋର୍ଟ ସୋମବାର ଦିନ ରାୟ ଶୁଣାଇଛନ୍ତି ।  ଆସନ୍ତା ମାର୍ଚ୍ଚ ୩ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ନୂତନ  ଡେଥ୍ ଓ୍ୱାରେଣ୍ଟ ଜାରି କରିଛନ୍ତି କୋର୍ଟ । ସେହିଦିନ ସକାଳ ୬ଟାରେ  ୪ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ଦିନ ଦୋଷୀଙ୍କୁ ନୂତନ ଡେଥ୍‌ ଓ୍ବାରେଣ୍ଟ ଜାରି କରିବା ସହ ଏହାକୁ ମିଶାଇ ତୃତୀୟ ଥର ପାଇଁ ଡେଥ୍ ଓ୍ବାରେଣ୍ଟ ଜାରି ହୋଇଛି ।  ପୂର୍ବରୁ ଜାରି ହୋଇଥିବା ଡେଥ୍ ଓ୍ୱାରେଣ୍ଟକୁ ଦୋଷୀମାନେ ଆଇନର ବିଭିନ୍ନ ଆଳ ଦେଖାଇ ଫାଶୀରୁ ବଞ୍ଚିଯାଇଥିଲେ ।

୩ରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ଜଣ ଦୋଷୀଙ୍କ ପାଇଁ କୋର୍ଟ ରାୟ ଦେଇଛନ୍ତି  । ଏହି ତାରିଖରେ ଦୋଷୀଙ୍କୁ ଫାଶୀଦିଆଯିବ , ତାହା ନିଶ୍ଚିନ୍ତି ନୁହେଁ । ସେପଟେ ଦୋଷୀଙ୍କ ଓକିଲଙ୍କ ଦାବି କରିଛଥନ୍ତି ଯେ, , ତାଙ୍କ ପାଖରେ ଏବେ ବି ଅନେକ ଆଇନ୍‌ଗତ ବିକଳ୍ପ ବାକି ରହିଛି। ରାଜନେତା ଓ ମିଡିଆର ଚାପରେ କୋର୍ଟ ନୂଆ ଫାଶୀ ତାରିଖ ଧାର୍ଯ୍ୟ କରିଛନ୍ତି । ସେ ଲଢ଼େଇ ଜାରି ରଖିବେ । ସେପଟେ କିନ୍ତୁ ନିର୍ଭୟା ମାଆଙ୍କ ଓକିଲ୍‌ ଜୋର ଦେଇ କହିଛନ୍ତି ନିଶ୍ଚନ୍ତ ରୂପେ ମାର୍ଚ୍ଚ ୩ରେ ହିଁ ଦୋଷୀମାନଙ୍କୁ ଫାଶୀ ଦିଆଯିବ।

୨୦୧୨ ମସିହାର ନିର୍ଭୟା ଗଣଦୁର୍ଷ୍କମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶି ଦେବାକୁ ଟ୍ରାୟଲ କୋର୍ଟକୁ ଥରେ କି ଦୁଇ ନୁହେଁ ତିନି ଥର ଡେଥ୍‌ ୱାରେଣ୍ଟ ଜାରି କରିବାକୁ ପଡ଼ିଛି । ଆଇନ୍‌ରେ ଥିବା  ଛୋଟ ଛୋଟ ବିକଳ୍ପର ସାହାରା ନେଇ ଦୋଷୀମାନେ ଖସିଯିବାକୁ ଚେଷ୍ଟା କରୁଛନ୍ତି ।

କେଉଁ ଦୋଷୀ ପାଖରେ କଣ ବିକଳ୍ପ ବାକି ରହିଛି –

ମୁକେଶ, ବିନୟ ଓ ଅକ୍ଷୟ ପାଖେର ଏବେ ଫାଶୀରୁ ବଞ୍ଚିବା ପାଇଁ  କୌଣସି ବିକଳ୍ପ ସୁରକ୍ଷିତ ନାହିଁ ।  ଏହି ତିନି ଜଣଙ୍କର ରିଭ୍ୟୁ ପିଟିସନ ସହ କ୍ୟୁରେଟିଭ୍‌ ପିଟିସନ ଖାରିଜ୍‌ ହୋଇଯାଇଛି । ରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ରାଜକ୍ଷମା ଆବେଦନ ନାକଚ ହୋଇସାରିଛି।  କେବଳ ପବନ ପାଖରେ ଆଇନ୍‌ଗତ ବିକଳ୍ପ ବାକି ରହିଛି । ପବନର ରିଭ୍ୟୁ ପିଟିସନ ଖାରଜ ହୋଇସାରିଥିବା ବେଳେ କ୍ୟୁରେଟିଭ୍‌ ପିଟିସନ ବାକି ରହିଛି । ଏବା ବ୍ୟତୀତ ଏବେ ସୁଦ୍ଧା ସେ  ରାଜକ୍ଷମା ପାଇଁ ଆବେଦନ ପତ୍ର ଦାଖଲ କରିନାହିଁ ।  

ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି କି ଏଥର ଦୋଷୀଙ୍କୁ ନିଶ୍ଚିତ ଭାବେ ଫାଶୀ ମିଳିବ ବୋଲି ସେ ଦୃଢ଼ ଆଶାବାଦୀ ଅଛନ୍ତି । କିନ୍ତୁ ଏହାକୁ ନେଇ ସେ ଆଦୌ ଖୁସି ନୁହନ୍ତି । କାରଣ ପୂର୍ବରୁ ଦୁଇଥର ଡେଥ ୱାରେଣ୍ଟ ରଦ୍ଦ ହୋଇସାରିଛି । ସେହିଭଳି ନିର୍ଭୟାଙ୍କ ପିତା ବଦ୍ରି ସିଂହ କହିଛନ୍ତି ବିଳମ୍ବରେ ହେଲେ ମଧ୍ୟ କୋର୍ଟ ଦୋଷୀମାନଙ୍କୁ ଆଇନ ପରିସରକୁ ଆଣିଛନ୍ତି । ଏହା ଦ୍ୱାରା ଦେଶର ଆଇନ ଓ ନ୍ୟାୟ ବ୍ୟବସ୍ଥା ଉପରେ ଅନ୍ୟ ନିର୍ଭୟାମାନଙ୍କ ବିଶ୍ୱାସ ବଢ଼ିବ ।

ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ତିହାର ଜେଲ୍‌ରେ ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି ପଟିଆଲା ହାଉସ୍‌ କୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲେ । ମାତ୍ର ପରେ ତାକୁ ରଦ୍ଦ କରାଯାଇଥିଲା । ସେହିଭଳି ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ଫାଶୀ ଦେବା ଲାଗି ଦ୍ୱିତୀୟଥର ପାଇଁ ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲା । କିନ୍ତୁ ଦିନକ ପୂର୍ବରୁ ଅର୍ଥାତ ଜାନୁଆରୀ ୩୧ ତାରିଖରେ ତା ଉପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରୋକ ଲାଗିଥିଲା ।

   Related Posts