Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

କରୋନା ପାଇଁ ତ୍ରାହି ତ୍ରାହି ଡାକବେଳେ ନୟାନ୍ତ କରିଦେଲା ଅମ୍ଫାନ : ବାତ୍ୟା ଚାଲିଯିବା ପରେ ବଡ଼ ଚ୍ୟାଲେ଼ଞ୍ଜ ଥଇଥାନ ଓ ପୁନରୁଦ୍ଧାର

20/05/2020 at 5:24 PM

ଭୁବନେଶ୍ୱର ୨୦/୦୫ : ଏମିତି ପରିସ୍ଥିତି ଆସିଛି ଗୋଟିଏ ପଟେ କରୋନା ପାଇଁ ଚାରିଆଡ଼େ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି ଏତିକିବେଳେ ଆସିଥିଲା ସାଇକ୍ଲୋନ ଅମ୍ଫାନ। ଏତିକିବେଳେ ପ୍ରଶାସନ ସୋସିଆଲ ଡିଷ୍ଟାନ୍‌ସିଂଠାରୁ ଆରମ୍ଭ କରି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲା। ……

ବିପତ୍ତି ପୁଣି ଆସିଛି ବେଡ଼ି ଉପରେ କୋରଡ଼ା ହୋଇ। ଗୋଟିଏ ପଟେ କରୋନା ପାଇଁ ତ୍ରାହି ତ୍ରାହି ଡାକ ଆଉ ଏତିକିବେଳେ ସାଇକ୍ଲୋନ ଅମ୍ଫାନ ରଚିଥିଲା ତାଣ୍ଡବ। କରୋନା ପାଇଁ ଘରେ ରହିବାକୁ ଦିଆଯାଉଥିଲା ପରାମର୍ଶ ଆଉ ଏତିକିବେଳେ ସାଇକ୍ଲୋନ ପାଇଁ ଘରୁ ଚାଲିଆସିବା ଲାଗି ଦିଆଯାଇଥିଲା ଟିପ୍‌ସ। ବାତ୍ୟା ଆଶ୍ରୟ ସ୍ଥଳରେ ଯେଉଁମାନେ ରହିଥିଲେ ସେଠାରେ ସୋସିଆଲ ଡିଷ୍ଟାନ୍‌ସିଂ ଉପରେ ଦିଆଯାଇଥିଲା ଗୁରୁତ୍ବ। ଲୋକେ ଯେପରି ସୁରକ୍ଷିତ ରହିବେ ସେଥିପ୍ରତି ଦିଆଯାଇଥିଲା ଦୃଷ୍ଟି। ସେହିପରି ବାତ୍ୟା ପରେ ଯେପରି ପିଇବା ପାଣି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାନଦିଏ ସେଥିପ୍ରତି ଦୃଷ୍ଟି ରଖିଥିଲା ପ୍ରଶାସନ।

କରୋନା ଏବେ ଗାଁ ଗାଁ ପାଇଁ ଆତଙ୍କ ହୋଇଛି। କାରଣ ରାଜ୍ୟ ବାହାରୁ ଆସିଥିବା ଲୋକେ ଗାଁ ମୁଣ୍ଡ କ୍ବାରାଣ୍ଟାଇନ ସେଣ୍ଟରରେ ସ୍ଥାନ ପାଇଛନ୍ତି। ସେମାନଙ୍କ ରହିବା ଖାଇବା ପିଇବା ଓ ସୁରକ୍ଷା ନେବା ବି ଥିଲା ଚ୍ୟାଲେଞ୍ଜ। ସେହିପରି ବାତ୍ୟା ଆଶ୍ରୟ ସ୍ଥଳରେ ରହିଥିବା ଲୋକେ ବି ପରିବାର ସହିତ ଅପେକ୍ଷା କରିଥିଲେ କେମିତି ରାତି ପାହିବ ଏବଂ ଘରକୁ ଫେରିବେ। ବାତ୍ୟାର ପ୍ରକୋପ ସରିବା ପରେ ସେମାନେ ଫେରିଥିଲେ ଆଉ ମନରେ ଥିଲା ଆଶ୍ବସ୍ତି, ଯେ ବିପଦ ଟଳିଗଲା।

ବାତ୍ୟା ଚାଲିଯିବା ପରେ ଏବେ ବଡ଼ ଚ୍ୟାଲେ଼ଞ୍ଜ ହେବ ପୁନରୁଦ୍ଧାର ଓ ଥଇଥାନ । ସେହିପରି ପାନୀୟ ଜଳ ଯୋଗାଇବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି।

   Related Posts