Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆତଙ୍କବାଦକୁ ନେଇ CDSଙ୍କ ବଡ ବୟାନ, ଜାଣନ୍ତୁ କହିଲେ କ’ଣ ?

16/01/2020 at 6:22 PM

ନୂଆଦିଲ୍ଲୀ ୧୬।୧:  ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ରାୟସିନା ଡାୟଲଗ ଗୁରୁବାର ତୃତୀୟ ଦିବସରେ ପହଞ୍ଚିଛି। କାର୍ଯ୍ୟକ୍ରମରେ ଯୋଗଦେଇ ନୂଆ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ( ସିଡିଏସ୍)  ବିପିନ ରାୱତ୍  ଆତଙ୍କବାଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏବେ ଆତଙ୍କବାଦକୁ ମୂଳରୁ ଉତ୍ପୋଟନ କରିବାର ସମୟ ଆସିଯାଇଥିବା ରାୱତ କହିଥିବା ବେଳେ ଏଥିଲାଗି ଭାରତକୁ ଆମେରିକା ମଡ୍ୟୁଲ ଅନୁସରଣ କରିବାକୁ ପଡିବ ବୋଲି କହିଛନ୍ତି।

ଆତଙ୍କବାଦ ଏକ ଏପରି ଲଢେଇ ଯାହାର କେବେ ଶେଷ ହେବ ନାହିଁ ବୋଲି ସିଡିଏସ୍ ରାୱତ କହିଛନ୍ତି। ଯଦି ଆତଙ୍କବାଦକୁ ସମାପ୍ତ କରିବାକୁ ହୁଏ ତେବେ ଆମେରିକା ୯/୧୧ ପରେ ଯେଉଁ ରଣନୀତି ଅବଲମ୍ବନ କରିଥିଲା ଆମକୁ ଏବେ ସେହି ରଣନୀତିରେ କାମ କରିବାକୁ ପଡିବ। ଆତଙ୍କବାଦକୁ ପ୍ରାୟୋଜିତ କରୁଥିବା ଦେଶ ଯେଉଁ ପର୍ଯ୍ୟନ୍ତ ଥିବେ ସେ ପର୍ଯ୍ୟନ୍ତ ଏହାର ନିଶେଷ ପରିକଳ୍ପନା କରାଯାଇନପାରେ। ଏଭଳି ଦେଶମାନେ ସେମାନଙ୍କୁ ଆର୍ଥିକ ସହାୟତା ସାଙ୍ଗକୁ ଅସ୍ତ୍ରଶସ୍ତ୍ର ବି ପ୍ରଦାନ କରୁଛନ୍ତି। ଏଣୁ ଆତଙ୍କବାଦ ନିଶେଷ ହେବ କିପରି ବୋଲି ରାୱତ ପ୍ରଶ୍ନ କରିଛନ୍ତି।

ଏଥିରେ ଆର୍ଥକ କାର୍ଯ୍ୟାନୁଷ୍ଠା ୱାର୍କଫୋର୍ସଙ୍କ ମନୋବୃତ୍ତିକୁ ରାୱତ ପସନ୍ଦ କରିଛନ୍ତି। ଏହା ଦ୍ୱାରା ଏଭଳି ସଙ୍ଗନଠନମାନଙ୍କୁ ଆର୍ଥିକ ଓ ସାମରିକ ସମାର୍ଥ୍ୟ ଦେଉଥିବା ଦେଶଙ୍କୁ ଏବେ କଳାତାଲିକା ଭୁକ୍ତ କରୁଛନ୍ତି। ଏଥିରେ ଆମ ପଡୋଶୀ ଦେଶ ଏବେ ଏହି ସମସ୍ୟାରେ ଗ୍ରସିତ ହେବାକୁ ଯାଉଛି। ଏଥିପାଇଁ ଏବେ ସରକାରଙ୍କୁ କଡା କଟକଣାର ସମ୍ମୁଖୀନ ହୋଇ କାର୍ଯ୍ୟାନୁଷ୍ଠାନ ବି କରିବାକୁ ପଡୁଥିବା ରାୱତ କହିଛନ୍ତି।

   Related Posts