Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ନୂଆ ସିସିଟିଭି ଫୁଟେଜ୍ ଛିଡା କରିଛି ସାଙ୍ଘାତିକ: ଝରାଫୁଲର ମୃତଦେହ ଧରି ସ୍କୁଟି ଚଳାଉଥିଲେ କିଏ ? ଫେରିବା ବେଳେ ପଛରେ ବସିଲେ କାହିଁକି ? ସୋନାଲି ଗଲେ କୁଆଡେ ?

29/01/2021 at 1:07 PM

ଭୁବନେଶ୍ବର ୨୯।୧: ସିସିଟିଭି ଫୁଟେଜ୍‌ରେ ଲୁଚି ରହିଛନ୍ତି ଝରାଫୁଲଙ୍କ ହତ୍ୟାକାରୀ । ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ କିଏ ଧରି ବସିଥିଲା ? ସ୍କୁଟି କିଏ ଚଳାଉଥିଲା ? ସ୍କୁଟିରେ ଥିବା ଦୁଇ ଜଣ ଯୁବକ ଥିଲେ ନା ଜଣେ ଯୁବତୀ ଥିଲେ ? ସୋନାଲି କିଏ ? ମୃତ୍ୟୁ ପଛରେ ତ୍ରିକୋଣୀୟ ପ୍ରେମ ସଂପର୍କ ନାହିଁ ତ ? ସିସିଟିଭି ଫୁଟେଜ୍‌ ଦେଖିଲେ, ଏମିତି ଅନେକ ପ୍ରଶ୍ନ ମନକୁ ଆସୁଛି । ମୃତଦେହ ଧରି ଯିବାବେଳର ସିସିଟିଭି ଫୁଟେଜ୍‌ ସହ ଅଭିଯୁକ୍ତ ୨ ଜଣ ଫେରିବା ବେଳର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଝରାଫୁଲଙ୍କ ମୃତଦେହ ଫିଙ୍ଗି ଫେରିବା ବେଳର ଦୃଶ୍ୟ ସିସିଟିଭି ଫୁଟେଜରେ ରେକର୍ଡ ରହିଛି । ଯେଉଁଥିରେ ହେଲମେଟ୍ ପିନ୍ଧି ଯୁବକଙ୍କ ପଛରେ ଜଣେ ଯୁବତୀ ବସିଥିବା ଭଳି ଲାଗୁଛି । ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବେ ଦେଖାଯାଉ ନଥିଲେ ବି, ବସିବାର ଭାବଭଙ୍ଗୀ ଏବଂ ଆବଭାବରୁ ଜଣେ ଯୁବତୀ ବୋଲି ଜଣାପଡୁଛି ।

ସେହିପରି ଝରାଫୁଲଙ୍କ ମୃତଦେହ ଧରି ଯିବା ସମୟର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି । ସେଥିରେ ମଧ୍ୟ ଜଣେ ଯୁବତୀ ସ୍କୁଟି ଚଳାଉଥିବା ଭଳି ଦେଖାଯାଉଛି । ସ୍କୁଟି ପଛରେ ଯୁବକ ଜଣକ ଝରାଫୁଲ ମୃତଦେହକୁ ଧରି ବସିଥିବାର ନଜର ଆସିଥିଲା । ସେପଟେ ଝରାଫୁଲଙ୍କ ସାଙ୍ଗ ସୋନାଲିଙ୍କ ଖୋଜ ଖବର କିଛି ମିଳିନାହିଁ । ତା ହେଲେ ଏବେ ସୋନାଲି କେଉଁଠି ଅଛନ୍ତି । ସନ୍ଧ୍ୟା ୬ଟା ୫୦ ମିନିଟ୍‌ରେ ମୃତ ଝରାଫୁଲଙ୍କ ଭାଇ ତାଙ୍କୁ ମେସେଜ କରିଥିଲେ, ପ୍ଲିଜ୍ ପିକ୍ ଅପ୍ ଦ ଫୋନ୍ । ଭାଇ ମେସେଜ୍ କରିବାର ଦୀର୍ଘ ୬ ଘଣ୍ଟା ପରେ ଅର୍ଥାତ୍ ସେହିଦିନ ରାତି ୧୧ଟା ୩୫ ମିନିଟ୍‌ରେ ଝରାଫୁଲ୍ ରିପ୍ଲାଏ ବା ଉତ୍ତର ଦେଇଥିଲେ, ଭାଇ ମୁଁ ଠିକ୍ ଅଛି, ନେଟଓ୍ବାର୍କ ପ୍ରୋବ୍ଲେମ୍, ମୁଁ ମୋ ଫ୍ରେଣ୍ଡ ସୋନାଲି ଘରେ ଅଛି, ତୁ ବ୍ୟସ୍ତ ହବୁ ନାହିଁ । ତାପର ଦିନ ସକାଳୁ ଭାଇ ମେସେଜ କରିଥିଲେ ବି ଉତ୍ତର ଦେଇ ନଥିଲେ ଝରାଫୁଲ । ତେବେ ଏଠି ପ୍ରଶ୍ନ ଉଠୁଛି, ଝରାଫୁଲଙ୍କ ସାଙ୍ଗ ସୋନାଲି କେଉଁଠି ?

ନିଜ ପୁରୁଷ ବନ୍ଧୁଙ୍କ ସହ ଝରାଫୁଲ ହୋଟେଲ ଯିବାର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି । ତେବେ ସୋନାଲିଙ୍କ ଘରେ ଅଛି ବୋଲି ଝରାଫୁଲ ତାଙ୍କ ଭାଇଙ୍କୁ କହିଥିଲେ । ତାଙ୍କ ଭାଇ ମଧ୍ୟ ସୋନାଲି ନାଁ ଶୁଣିବା ପରେ ଆଉ କିଛି ପଚାରିନଥିଲେ । ତେବେ ଏଥିରୁ ଅନୁମାନ କରାଯାଇପାରେ, ଝରାଫୁଲଙ୍କ ପରିବାର ଲୋକେ ସୋନାଲିଙ୍କୁ ପୂର୍ବରୁ ଜାଣିଥାଇ ପାରନ୍ତି । ତେବେ ସିସିଟିଭି ଫୁଟେଜ ରେକର୍ଡ ଆଉ କିଛି ବୟାନ କରୁଛି ।

ଏହି ହତ୍ୟା ଘଟଣାରେ ଭୁବନେଶ୍ବରର ସୁନ୍ଦରପଦା ଅଞ୍ଚଳରୁ ରାକେଶ ସ୍ବାଇଁ ନାମକ ଜଣେ ଯୁବକକୁ ଉଠାଇ ନେଇଛି । ରାକେଶଙ୍କ ନାଁରେ ଝରଫୁଲଙ୍କ ବାପା ଅଭିଯୋଗ ଆଣିବା ପରେ କମିଶନରେଟ୍ ପୋଲିସ ସହାୟତରେ କୁଆଖିଆ ପୋଲିସ ତାକୁ ଗିରଫ କରିଛି । ତେବେ ରାକେଶ ନିଜେ ଏୟାରଫିଲ୍ଡ ଥାନାକୁ ଆସି ଆତ୍ମସମର୍ପଣ କରିଥିବା ଏବଂ ହତ୍ୟାକାଣ୍ଡ ସଂପର୍କରେ ପୋଲିସ ଆଗରେ ସବୁ ଗୁମର ଫିଟାଇଥିବା ଜଣାପଡ଼ିଛି ।

ରାକେଶ ଜଣେ ପାଇପ୍ ମିସ୍ତ୍ରୀ । ମୟୂରଭଞ୍ଜ ଯଶୀପୁରର ଝରାଫୁଲଙ୍କ ଗାଁରେ ଭୂତଳ ପାଇପ୍ ବିଛା କାମରେ ନିୟୋଜିତ ଥିଲା । ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଉଭୟ ମିଳାମିଶା କରୁଥିବା ରାକେଶ ପୋଲିସ ଆଗରେ ମାନିଛି । ତେବେ ଝରାଫୁଲଙ୍କ କେଉଁ ପରିସ୍ଥିତିରେ କେଉଁଠି ମୃତ୍ୟୁ ହେଲା ? କୁଆଖିଆ ପୋଲିସ ରାକେଶକୁ ଏୟାରଫିଲ୍ଡ ଥାନାରେ କିଛି ସମୟ ଜେରା କରିବା ପରେ ଅଧିକ ପଚରାଉଚରା ପାଇଁ ସାଙ୍ଗରେ ନେଇଯାଇଛି ।

   Related Posts