Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶରେ ଏବେ ସୁଦ୍ଧା ୫୦ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ, ଗୋଟିଏ ଦିନରେ ଆମେରିକା-ବ୍ରାଜିଲରୁ ଅଧିକ ମାମଲା

17/08/2020 at 10:57 AM

ନୂଆଦିଲ୍ଲୀ ୧୭/୦୮ : ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୨୬ ଲକ୍ଷ ୪୭ ହଜାର ୬୬୪ ହୋଇଛି | ୨୪ ଘଣ୍ଟାରେ ୫୭ ହଜାର ୯୮୨ ନୂଆ ମାମଲା ସାମ୍ନାକୁ ଆସିଛି | ରବିବାର ଦିନ ୯୪୧ ରୋଗୀଙ୍କ ମୃତ୍ୟୁ ହୋଇଛି | ଆମେରିକାରେ ୨୪ ଘଣ୍ଟାରେ ୩୬ ହଜାର ୮୪୩ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୫୨୨ ଲୋକଙ୍କ ମୃତ୍ୟୁ ହୋଇଥିଲା | ସେହିଭଳି ବ୍ରାଜିଲରେ ଗୋଟିଏ ଦିନରେ ୨୨ ହଜାର ୩୬୫ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୫୮୨ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ଏବେ ସୁଦ୍ଧା ୫୦ ହଜାର ୯୨୨ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇ ସାରିଛନ୍ତି | 

ଦେଶରେ ପୂର୍ବରୁ ଏକ ଲକ୍ଷ ମାମଲା ହେବାକୁ ୧୧୦ ଦିନ ଲାଗିଥିଲା | କିନ୍ତୁ ବର୍ତ୍ତମାନ ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି | ଗତ ୯୦ ଦିନରେ ପାଖାପାଖି ୨୫ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଛି | ତେବେ ଭଲ ଖବର ହେଲା ସଂକ୍ରମଣରେ ୧୯ ଲକ୍ଷରୁ ଅଧିକ ରୋଗୀ ଭଲ ମଧ୍ୟ ହୋଇଛନ୍ତି | ରବିବାର ଦିନ ୫୭ ହଜାର ୪୦୪ ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ୬ ଲକ୍ଷ ୭୬ ହଜାର ୯୦୦ ଆକ୍ଟିଭ ମାମଲା ରହିଛି | ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଦେଢ଼ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି | ଏହାପରେ ତାମିଲନାଡୁ, ଦିଲ୍ଲୀ, ଗୁଜରାଟ ଓ ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ମାମଲା ରହିଛି | ବିହାରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୪ ହାଜର ୯୩ ହୋଇଛି | ଆକ୍ଟିଭ ମାମଲାରେ ଦୁନିଆରେ ତୃତୀୟ ସ୍ଥାନରେ ରହିଛି ଭାରତ |

ଦେଶରେ ସୁସ୍ଥହାର ପାଖାପାଖି ୭୨ ପ୍ରତିଶତ ହୋଇଛି | ସପ୍ତାହେ ପୂର୍ବରୁ ସୁସ୍ଥହାର ୬୮ ପ୍ରତିଶତ ଥିଲା | 

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ତାଜା ସୂଚନା ଅନୁଯାୟୀ, ଦେଶରେ ଏବେ ସୁଦ୍ଧା ୩ କୋଟି ୪୧ ହଜାର ୪୦୦ ଟେଷ୍ଟିଙ୍ଗ ହୋଇଛି | ରବିବାର ଦିନ ୭ ଲକ୍ଷ ୩୧ ହଜାର ୬୯୭ ଟେଷ୍ଟିଙ୍ଗ ହୋଇଛି | ଦୁନିଆରେ ସବୁଠାରୁ ଅଧିକ ମୃତ୍ୟୁ ଆମେରିକା, ବ୍ରାଜିଲ ଓ ଭାରତରେ ହେଉଛି | ଆମେରିକାରେ ମୃତ୍ୟୁହାର ୧୮.୮୩ ପ୍ରତିଶତ ରହିଛି | ବ୍ରାଜିଲରେ ୧୬.୯୩ ପ୍ରତିଶତ ଥିବାବେଳେ ଭାରତରେ ମୃତ୍ୟୁହାର ୧୬.୬୫ ପ୍ରତିଶତ ରହିଛି | 

   Related Posts