ଯାଜପୁର ଜିଲ୍ଲାର ବରୀ ଆସନ: ପୁରୁଣା ମଇଦାନରେ ନୂଆ ଯୋଦ୍ଧା, ଜାଣନ୍ତୁ ଜିତାପଟ କାହାର

Published By : Prameya-News7 Bureau | April 24, 2019 IST

ଯାଜପୁର୨୪|୪: ମଇଦାନ ପୁରୁଣା । ହେଲେ ଯୋଦ୍ଧା ସବୁ ନୂଆ । ଆମେ କହୁଛୁ ଯାଜପୁରର ବରୀ ଆସନ ସଂପର୍କରେ ।  ବିଜେଡି ଏଥର ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରିଛି । ସେହିପରି ଗତଥରର ସ୍ବାଧୀନ ପ୍ରାର୍ଥୀ  ଅମୀୟ ମଲ୍ଲିକ ଏଥର ବିଜେପିରୁ  ମଇଦାନକୁ ଓହ୍ଲାଇଛନ୍ତି । କଂଗ୍ରେସ କ୍ୟାଣ୍ଡିଡେଟ୍  ହୋଇଛନ୍ତି ଉମେଶ ଜେନା । ତ୍ରିମୁଖୀ ଲଢ଼େଇରେ କାହାର ହେବ ଜିତାପଟ ଚାଲନ୍ତୁ ଜାଣିବା….

ଯାଜପୁରର ବରୀ ନିର୍ବାଚନ ମଣ୍ଡଳୀ । ଯାଜପୁର, ବରୀ, ରସୁଲପୁର ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ଏଥର ଯୁଦ୍ଧ କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ମାନେ ପୁରୁଣା ମଇଦାନରେ ନୂଆ ଯୋଦ୍ଧା । ସମାନ ଯୋଦ୍ଧା ବି ଅନ୍ୟ ଦଳକୁ ଡିଆଁ ମାରି ପ୍ରାର୍ଥୀ ହୋଇଛନ୍ତି । ଲଗାତର ଏହି ଆସନରୁ ୪ ଥର ଜିତିଥିବା ଦେବାଶିଷ ନାୟକଙ୍କ ଟିକେଟ୍ କଟିଛି ଏଥର । ବିଜେଡି ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ମଇଦାନକୁ ଉତ୍ତାରିଛି ।

ବରୀରେ ଏଥର ବିଜେପି ପ୍ରାର୍ଥୀ ହୋଇଛନ୍ତି ବିଶ୍ବରଞ୍ଜନ ମଲ୍ଲିକ । ଗତ ଥର ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ ବିଶ୍ବ ରଂଜନ । କଡ଼ା ଟକ୍କର ଦେଇଥିଲେ ବିଜେଡି ହେଭିୱେଟ୍ ଦେବାଶିଷ ନାୟକଙ୍କୁ । ଦେବାଶିଷଙ୍କୁ ୫୮ ହଜାର ୮୯୧ ଖଣ୍ଡ ଭୋଟ୍  ମିଳିଥିବା ବେଳେ ବିଶ୍ବ ରଂଜନ ୫୨ ହଜାର ୨୨୨ ଖଣ୍ଡ ଭୋଟ୍ ପାଇଥିଲେ । କଂଗ୍ରେସ ବି ଏଥର ନୂଆ ମୁହଁ ଉପରେ ଭରସା କରିଛି । ଗତ ଥରର ପ୍ରାର୍ଥୀ ଗଗନ ଜେନାଙ୍କ ବଦଳରେ ଉମେଶ ଜେନାଙ୍କୁ ମଇଦାନକୁ ଉତ୍ତାରିଛି ଦଳ । ଅଣକଂଗ୍ରେସ ଗଡ଼ ଭାବେ ପରିଚିତ ବରୀରେ ଏଥର କିଏ ପିନ୍ଧିବ ବିଜୟ ଟୀକା ତାକୁ ଅପେକ୍ଷା…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.