ପ୍ରାଥମିକ ଶିକ୍ଷାରେ ଅଶାର କିରଣ, ମୟୁରଭଞ୍ଜରେ ଆରମ୍ଭ ହେଲା ଏସ.ଭି.ଏମର ନୂଆ କ୍ୟାମ୍ପସ୍

Published By : Prameya-News7 Bureau | November 03, 2021 IST

ବାରିପଦା, ୦୩/୧୧: ମୟୁରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରାଥମିକ ଶିକ୍ଷାକୁ ମିଳିଛି ଏକ ଆଧୁନିକତାର ଛାପ । ୫ବର୍ଷ ଧରି ଉଚ୍ଚ ମାଧ୍ୟମିକ ସ୍ତରରେ ଶହଶହ କୃତୀ ଛାତ୍ରଛାତ୍ରୀ ତିଆରି କରି ଉଲ୍ଲେଖ ଯୋଗ୍ୟ ଅବଦାନ ଦେଇ ଆସିଛି ସାଇ ବିଦ୍ୟାମନ୍ଦିର (ଏସ.ଭି.ଏମ)। ଜିଲ୍ଲାର ଶିକ୍ଷା ଆବଶ୍ୟକତାକୁ ନଜରରେ ରଖି ଆଜିଠାରୁ ପ୍ରାଥମିକ ଶିକ୍ଷା ସ୍ତରରେ ଏସ.ଭି.ଏମ ଆରମ୍ଭ କରିଛି ତା'ର ନୂଆ କାମ୍ପସ୍।

ବାରିପଦା ପୂର୍ଣ୍ଣଚନ୍ଦ୍ରପୁର ଠାରେ ଖୋଲିଥିବା ଏସ.ଭି.ଏମର ଏହି ନୂତନ ଆଧୁନିକ କାମ୍ପସରେ ଷଷ୍ଠରୁ ୧୦ମ ପର୍ଯ୍ୟନ୍ତ ଶ୍ରେଣୀ ଖୋଲିଛି । ଆଗକୁ ୧ମ ରୁ ୫ମ ପର୍ଯ୍ୟନ୍ତ ଶ୍ରେଣୀ ଏଥିରେ ଯୋଡି ହେବ। ଏହି ଓଡିଆ ମିଡିଅମ୍ ଆବାସିକ ସ୍କୁଲରେ ଖୁବ୍ ଅଳ୍ପ ବ୍ୟୟରେ ଇଂଲିସ୍ ମିଡିଅମ ସ୍କୁଲର ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି । ନୂଆ କାମ୍ପସରେ ଅତ୍ୟାଧୁନିକ ସ୍ମାର୍ଟ କ୍ଲାସରୁମ୍, ଲାଇବ୍ରେରୀ, କଳା ଓ ସଙ୍ଗୀତ ଶିକ୍ଷା କକ୍ଷ, କମ୍ପ୍ୟୁଟର୍ ଲ୍ୟାବ୍, ସହିତ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି ଏବଂ ମୟୁରଭଞ୍ଜର ଓଡିଆ ଶିକ୍ଷା ମାଧ୍ୟମର ପିଲାମାନେ ଉନ୍ନତ ମାନର ଶିକ୍ଷାଲାଗି । କେମିତି ଆଉ ବାହାରକୁ ଯିବେନାହିଁ ସେଇ ଲକ୍ଷ ରଖିଛନ୍ତି  ବୋଲି କହିଛନ୍ତି ସ୍କୁଲର ସମ୍ପାଦକ ଚନ୍ଦ୍ରକାନ୍ତ ରାଉତ।

କେବଳ ମୟୁରଭଞ୍ଜ ନୁହେଁ ସମଗ୍ର ଉତ୍ତର ଓଡିଶାର ଓଡିଆ ମାଧ୍ୟମ ଶିକ୍ଷା ଏବେ ଗୁଣାତ୍ମକ ଅବନତିର ଶିକାର ହୋଇଛି। ଏଭଳି ସମୟରେ ଏହି ସ୍କୁଲ ତୃଣମୂଳ ସ୍ତରରେ ଶିକ୍ଷାର ମାନବୃଦ୍ଧି କରିବା ସହିତ ଏକ ନୂତନ ଦିଗ ପ୍ରଦାନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଉତ୍ତରଓଡିଶା ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦର ଉପସଚିବ ଜୟଦେବ ପରମାଣିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.