Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଆର୍ମି ୟୁନିଫର୍ମରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ସୈନିକଙ୍କୁ ଖୁବ୍ ଶୀଘ୍ର ମିଳିବ ନୂଆ ପୋଷାକ

2/12/2021 at 6:09 PM

ନୂଆଦିଲ୍ଲୀ ୨।୧୨: ଭାରତୀୟ ସେନା ପିନ୍ଧୁଥିବା କମୋଫ୍ଲେଜ୍‌ ୟୁନିଫର୍ମ ବଦଳିବାକୁ ଯାଉଛି। ଏହା ବଦଳେ ସୈନିକଙ୍କୁ ଋତୁ ଅନୁକୂଳ ଆରାମଦାୟକ ଓ ମଜଭୁତ ଡିଜଟାଲ ଡିସରପଟିଭ ପାଟର୍ଣ୍ଣ ଆଧାରିତ ବର୍ଦ୍ଦି ପ୍ରଦାନ କରାଯିବ। ଏହି ବର୍ଦ୍ଦିର ଡିଜାଇନ ଦୀର୍ଘ ବିଚାରବିମର୍ଷ ପରେ ପ୍ରସ୍ତୁତ କରାଯାଇଥିବା ବେଳେ ବିଭିନ୍ନ ଦେଶର ସେନା ପୋଷାକକୁ ଧ୍ୟାନରେ ରଖି ଏହାକୁ ନିର୍ମିତ କରାଯାଉଛି। ଆଗାମୀ ୧୫ ଜାନୁୟାରୀ ସେନା ଦିବସ ପରେଡରେ ହୁଏତ ଏହି ପୋଷାକକୁ ପ୍ରଦର୍ଶିତ କରାଯାଇପାରେ ବୋଲି ଅନୁମାନ କରାଯାଉଛି।

ଭାରତୀୟ ସେନା ଖୁବ୍ ଶୀଘ୍ର ସୈନିକଙ୍କ ଲାଗି ଅତ୍ୟାଧୁନିକ ୟୁନିଫର୍ମ ପ୍ରଦାନ କରିପାରେ। ଯାହା ଅନେକ ଦିଗରୁ ଆରାମ ଦାୟକ ହେବା ସହ ମଜଭୁତ ମଧ୍ୟ ହେବ। ଏହାକୁ ସୈନିକ ଉଭୟ ଗ୍ରୀଷ୍ମ ଓ ଶୀତ ଋତୁରେ ପିନ୍ଧିପାରିବେ। ଏ ନେଇ ଆସୁଥିବା ଅଧିକାରୀକ ବୟାନରେ ପୋଷାକ ଏପରି ଡିଜାଇନ କରାଯାଉଛି ଯେପରି ସୈନିକ ନିଜକୁ ଲୁଚାଇବାକୁ ଚାହିଁଲେ ସହଜରେ ଲୁଚାଇ ମଧ୍ୟ ପାରିବେ। ନୂଆ ସେନା ବର୍ଦ୍ଦିର ରଙ୍ଗ ଓଲିଭ ଓ ମାଟି ରଙ୍ଗର ହେବ ବୋଲି ଅନୁମାନ କରାଯାଉଛି।

ନୂଆ ପୋଷାକକୁ ସୈନିକ ମୁତୟନ ହେଉଥିବା ଅଞ୍ଚଳର ଭୌଗଳିକ ପରିବେଶ ଓ ପରିସ୍ଥିତିକୁ ନଜରରେ ରଖି ପ୍ରସ୍ତୁତ କରାଯାଉଛି। ଭାରତୀୟ ନୌସେନା ୨୦୨୦ ମସିହାରେ ସୈନିକଙ୍କ ଲାଗି ନୂଆ କମୋଫ୍ଲେଜ ପ୍ରଚଳନ କରିଛନ୍ତି। ଏଥିରେ ହାଲୁକା ନିଳ ହାଫ ସାର୍ଟ ଓ ନିଳ ରଙ୍ଗର ପ୍ୟାଣ୍ଟକୁ ବଦଳାଇଥିଲା। ସେହି ଅନୁସାରେ ଏଥର ପାଳି ସ୍ଥଳ ସେନା କମୋଫ୍ଲେଜର।

   Related Posts