ଶପଥ ନେଲେ ଭୂପେନ୍ଦ୍ରଙ୍କ କ୍ୟାବିନେଟର ୨୪ ନୂଆ ମନ୍ତ୍ରୀ, ବିଦାହେଲେ ଉପମୁଖ୍ୟମନ୍ତ୍ରୀ ନିତିନ୍‌ ପଟେଲଙ୍କ ସମେତ ବହୁ ହେଭିଓ୍ବେଟ୍‌

Published By : Prameya-News7 Bureau | September 16, 2021 IST

ଗାନ୍ଧିନଗର ୧୬/୦୯ : ଗୁଜୁରାଟରେ ଭୂପେନ୍ଦ୍ର ପଟେଲ ସରକାରର ନୂଆ କ୍ୟାବିନେଟ୍‌ର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗାନ୍ଧୀନଗର ସ୍ଥିତ ରାଜଭବନରେ ନୂଆ ମନ୍ତ୍ରୀମାନଙ୍କ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେଇଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ବିଜୟ ରୂପାଣୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀଙ୍କୁ ଏଥିରୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦିଆଯାଇଛି । ନୂଆ ମନ୍ତ୍ରୀମଣ୍ଡଳରେ ପୁରୁଣା ମୁହଁଙ୍କୁ ସ୍ଥାନ ଦିଆଯାଇ ନାହିଁ । ଏପରିକି ଉପ-ମୁଖ୍ୟମନ୍ତ୍ରୀ ନିତିନ୍‌ ପଟେଲଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରୁ ବାଦ୍‌ ଦିଆଯାଇଛି ।

ଭୁପେନ୍ଦ୍ର ପଟେଲଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସମସ୍ତ ସମୁଦାୟଙ୍କୁ ଗୁରୁତ୍ବ ଦିଆଯାଇଛି । ୨୪ ଜଣ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ଯେଉଁଥିରେ ୯ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ବେଳେ ୧୫ ଜଣ ରାଜ୍ୟ ମନ୍ତ୍ରୀ ଶପଥ ନେଇଛନ୍ତି । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗୁଜୁରାଟ ବିଧାନସଭାର ବାଚସ୍ପତି ରଜେନ୍ଦ୍ର ତ୍ରିବେଦୀ ମଧ୍ୟ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କୁ ମନ୍ତ୍ରୀପଦ ଦିଆଯାଇଛି ।

{"width":819,"height":504}
All-New Cabinet In Gujarat, Bhupendra Patel To Hold First Meeting Today

ସିଏମ୍‌ ଭୂପେନ୍ଦ୍ରଙ୍କ ନୂଆ ଟିମରେ ସାମିଲ ହୋଇଥିବା ମନ୍ତ୍ରୀ ହେଉଛନ୍ତି, ପାରଣୀ ବିଧାୟକ କନୁଭାଇ ଦେଶାଇ, ଗଣଦେବୀ ବିଧାନସଭା କ୍ଷେତ୍ରରୁ ବିଧାୟକ ନରେଶ ପଟେଲ, ଲିମ୍ବଡି ବିଧାୟକ କିରୀଟ୍‌ ସିଂହ ରାଣା, ମୋରବୀ ବିଧାୟକ ବ୍ରଜେଶ୍‌ ମେରଜା, ଜାମନଗର ଗ୍ରାମୀଣ ବିଧାୟକ ରାଘବଜୀ ପଟେଲ, ହୃଷିକେଶ ପଟେଲ ଏବଂ ଅରବିନ୍ଦ ରୈୟାଣୀ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ସେହିଭଳି ମହିଳାଙ୍କ ମଧ୍ୟରେ ମନୀଷା ଓ୍ବକୀଲ, କୀର୍ତ୍ତି ବାଘେଲା ଏବଂ ନିମିଷା ବେନ୍‌ଙ୍କୁ ମନ୍ତ୍ରୀପଦ ମିଳିଛି ।

ମୁଖ୍ୟମନ୍‌ତରୀ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସିଏମ୍‌ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୪.୩୦ରେ ମନ୍ତ୍ରୀ ପରିଷଦର ପ୍ରଥମ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ । ଶୁଣିବାକୁ ମିଳୁଛି ଯେ, ମନ୍ତ୍ରୀ ପରିଷଦ ବୈଠକ ପରେ ବିଭାଗ ବଣ୍ଟନ ହେବ ।

{"width":837,"height":515}
Bhupendra Patel's New Cabinet Takes Oath In Gujarat, First Meeting This  Evening

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.