ହ୍ବାଟ୍ସଆପ୍‌ରେ ସପିଂ କରିବା ଆହୁରି ହେବ ସହଜ, ଆସିଲା ନୂଆ ଫିଚର: ଜାଣନ୍ତୁ କେମିତି ଉଠାଇବେ ଫାଇଦା

Published By : Prameya-News7 Bureau | November 11, 2020 IST

ନୂଆଦିଲ୍ଲୀ ୧୧/୧୧: ଆହୁରି ମଜଭୁତ୍‌ ହେବ ହ୍ବାଟ୍ସଆପ୍‌ରେ ବିଜନେସ୍‌ ଫିଚ୍‌ର। ଆପ୍‌ରେ ଏବେ ଆଡ୍‌‌ ହେବ ଆଉ ଏକ ସପିଂ ବଟନ୍‌। ଏହି ବଟନ୍‌ ଜରିଆରେ ଏବେ ୟୁଜର ବିଜନେସ୍‌ କାଟେଲଗ୍‌ ଦେଖିପାରିବେ। କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ଓ ବସ୍ତୁ ସମ୍ପର୍କରେ ଜାଣିବା ୟୁଜରଙ୍କ ପାଇଁ ସହଜ ହୋଇଯିବ।

ପ୍ରତିଦିନ ୧୭.୫ କୋଟି ୟୁଜର ହ୍ବାଟ୍ସଆପ୍‌ ବିଜନେସ୍‌ ଆକାଉଣ୍ଟରେ ମେସେଜ୍‌ କରୁଛନ୍ତି। ପ୍ରତି ମାସ ୪ କୋଟି ୟୁଜର ବିଜନେସ୍‌ କାଟେଲଗ୍‌ ଦେଖୁଛନ୍ତି। ସେଥିମଧ୍ୟରୁ ୩୦ ଲକ୍ଷ ଲୋକ କେବେଳ ଭାରତର । ଫେଷ୍ଟିଭ୍‌ ସିଜ୍‌ନରେ ଲୋକେ ଅନଲାଇନ୍‌ ସପିଂ କରିବାକୁ ପସନ୍ଦ କରନ୍ତି। ଏହା ସହ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାର ସେବା ସହ ସାମଗ୍ରୀ ସମ୍ପର୍କରେ ସର୍ଚ୍ଚ କରନ୍ତି। ତେଣୁ ଏହି ଅନୁଭବକୁ ସୁନ୍ଦର କରିବା ପାଇଁ କମ୍ପାନୀ ପକ୍ଷରୁ ହ୍ବାଟ୍ସଆପ୍‌ରେ କିଛି ନୂଆ ଫିଚ୍‌ର ଆଡ୍‌ କରାଯିବାକୁ ଯାଉଛି ବୋଲି ଜଣାପଡ଼ିଛି।

ହ୍ବାଟ୍ସଆପ୍‌ର ପ୍ୟାରେଣ୍ଟ କମ୍ପାନୀ ଫେସ୍‌ବୁକ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଏବେ ହ୍ବାଟ୍ସଆପ୍‌ରେ ଏକ ସପିଂ ବଟନ୍‌ ଆଡ୍‌ କରାଯିବ। ଯାହାଦ୍ବାରା ୟୁଜର ସହଜରେ ବିଜନେସ୍‌ କାଟେଲଗ୍‌ ଦେଖିପାରିବେ। ଏହା ସହ ଲୋକମାନେ ଜାଣିପାରିବେ କମ୍ପାନୀ ପକ୍ଷରୁ କେଉଁ ସବୁ ସେବା ଓ ବସ୍ତୁ ଦିଆଯାଇଛି। ପୂର୍ବରୁ ବିଜନେସ୍‌ କାଟେଲଗ୍‌ ଦେଖିବା ପାଇଁ ୟୁଜରଙ୍କୁ ବିଜନେସ୍‌ ଆକାଉଣ୍ଟରେ କ୍ଲିକ୍‌ କରିବାକୁ ପଡ଼ୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.