Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଚୀନରୁ ମାଡି ଆସୁଛି ଆଉ ଏକ ବଡ ବିପଦ, ୭ କୋଟିରୁ ଅଧିକ ଲୋକଙ୍କ ନେଇସାରିଛି ଜୀବନ

6/07/2020 at 9:01 AM

ବେଜିଂ, ୦୬:  କରୋନା ଭାଇରସର ମୁକାବିଲା କରୁଛି ସାରା ବିଶ୍ୱ । ଏହା ମଧ୍ୟରେ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି । ଚୀନରେ ଆଉ ଏକ ପ୍ରାଣଘାତୀ ରୋଗ ବ୍ୟାପିବାର ବିପଦ ଘନେଇଛି । ଏହି ରୋଗ ପୂର୍ବରୁ ବିଶ୍ୱରେ ଲକ୍ଷାଧିକ ଜୀବନ ନେଇଛି । ଏହା ବିଶ୍ୱକୁ ୩ଥର ପ୍ରଭାବିତ କରିସାରିଛି । ଏହି ରୋଗ ପାଇଁ ପ୍ରଥମ ଥର ୫ କୋଟି, ଦ୍ୱିତୀୟ ଥର ୨ କୋଟି ଓ ତୃତୀୟ ଥର ୮୦ ହଜାର ଜୀବନ ନେଇଥିଲା । ଏବେ ପୁଣି ଚୀନରୁ ସାରା ବିଶ୍ୱକୁ ଏହା ବ୍ୟାପିବାର ସମ୍ଭାବନା ରହିଛି ।

ଏହି ରୋଗର ନାମ ବ୍ୟୁବୋନିକ୍ ପ୍ଲେଗ୍ । ଚୀନର ବିଭିନ୍ନ ହସ୍ପିଟାଲରେ ବ୍ୟୁବୋନିକ୍ ପ୍ଲେଗ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଚୀନର ବୟନ୍ନର ଓ ମଙ୍ଗୋଲିଆନ୍ କ୍ଷେତ୍ରରେ ଏଥିପାଇଁ ଆଲର୍ଟ ଜାରି କରାଯାଇଛି । ୨୦୨୦ ଶେଷ ଯାଏଁ ସତର୍କ ରହିବାକୁ କୁହାଯାଇଛି । ଏହା ଜଙ୍ଗଲୀ ମୂଷାଙ୍କ ଶରୀରେ ଠାବ କରାଯାଇଛି । ଏହି ମୂଷାଙ୍କ ଶରୀରରେ ବିପଦଜ୍ଜନକ ଜୀବାଣୁ ରହିଥାନ୍ତି।

ଏହି ଜୀବାଣୁର ନାମ ୟର୍ସିନିଆ ପେଷ୍ଟିସ୍ ବ୍ୟାକ୍ଟେରିୟମ । ଏହା ଶରୀରର ରକ୍ତ କୋଷ, ରକ୍ତ ଓ ହୃତପିଣ୍ଡକୁ ପ୍ରଭାବିତ କରିଥାଏ । ଶରୀରେ ପୀଡା ଅନୂଭୁତ ହୁଏ ।  ଜ୍ୱର ମଧ୍ୟ ହୋଇଥାଏ । ଜଙ୍ଗଲୀ ମୂଷାମାନେ ମରିବା ପରେ ଏହି ଜୀବାଣୁ ମଣିଶ ଶରୀରରେ ବିଭିନ୍ନ ମାଧ୍ୟମ ଦେଇ ପ୍ରବେଶ କରେ । ମୂଷା ମରିବାର ଦୁଇ, ତିନି ସପ୍ତାହ ପରେ ମଣିଷଙ୍କୁ ପ୍ଲେଗ୍ ହୋଇଥା ।

୨୦୧୦ରୁ ୨୦୧୫ ମଧ୍ୟରେ ଏହି ରୋଗର ୩୨୪୮ଟି ମାମଲା ସାମ୍ନାକୁ ଆସିଛି ।ଏହା ମଧ୍ୟରୁ ୫୮୪ଜଣ ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ ୧୯୭୦ରୁ ୧୯୮୦ ଯାଏଁ ଏହି ରୋଗ ଭାରତ, ଚୀନ, ଋଷ, ଆଫ୍ରିକା, ଲାଟିନ୍ ଆମେରିକାରେ ଦେଖିବାକୁ ମିଳିଥିଲା ।

   Related Posts