Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଜାରକୁ ଆସିଲା ବିଏସ-୬ ଇମ୍ପିରିଆଲ-୪୦୦, ୬ ହଜାର ଟଙ୍କାରେ ହେଉଛି ବୁକିଂ

11/07/2020 at 9:00 AM

ନୂଆଦିଲ୍ଲୀ, ୧୧|୦୭: ଅଗ୍ରଣୀ ମୋଟରସାଇକେଲ୍ ନିର୍ମାତା  ବେନେଲି ନିଜର ପ୍ରଥମ ବିଏସ ୬ କମ୍ପ୍ଲେଣ୍ଟ ବାଇକ୍ ଅପଡେଟେଡ୍ ଇମ୍ପିରିଆଲ ୪୦୦କୁ  ଲଞ୍ଚ୍ କରିଛି । ଏହାର ପ୍ରାରମ୍ଭିକ ଦାମ୍ ରହିଛି ୧.୯୯ ଲକ୍ଷ ଟଙ୍କା । ବିଏସ୍ ୬ ଇମ୍ପିରିଆଲ୍ ୪୦୦ ପୂରୁଣା ମଡେଲ୍ ତୁଳନାରେ ୨୦,୦୦୦ ଟଙ୍କା ଅଧିକ ମହଙ୍ଗା । କମ୍ପାନୀର କହିବାନୁସାରେ ଦାମ୍ ବୃଦ୍ଧି ନୂଆ ଏମିସନ୍ ନର୍ମ୍ସକୁ ନଜରରେ ରଖି କରାଯାଇଥିବା ପରିବର୍ତ୍ତନ ଓ କରେନ୍ସି ଏକ୍ସଚେଞ୍ଜ ରେଟ୍ ବଢିବା ଯୋଗୁଁ ହୋଇଛି । ଏହି ମୋଟରସାଇକେଲ ୨ଟି ଅନ୍ୟ କଲର ଅପ୍ସନ ବ୍ଲାକ୍ ଓ ରେଡରେ ମଧ୍ୟ ଉପଲବ୍ଧ ।  ଯେଉଁଥିପାଇଁ ୨.୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ ।


ନୂଆ ଇମ୍ପିରିଆଲ ୪୦୦ ମୋଟର ସାଇକେଲ ୩୭୪ ସିସି ସିଙ୍ଗଲ ସିଲିଣ୍ଡର, ଫୁଏଲ୍-ଇଞ୍ଜେକ୍ଟେଡ୍ ଇଞ୍ଜିନରେ ଉପଲବ୍ଧ ହେବ ଯାହାକି ବିଏସ ୪ ମଡେଲରେ ଦିଆଯାଇଥିଲା । ଖାସ୍ କଥା ଏହା ଯେ ବିଏସ ୬ରେ ଅପଗ୍ରେଡ୍ ହେବା ସତ୍ତ୍ୱେ ଟର୍କ ଓ ପାୱରରେ କୌଣସି ହ୍ରାସ ଦେଖିବାକୁ ମିଳିବନି । ଅପଡେଟେଡ୍ ଇଞ୍ଜିନ ୬୦୦୦ ଆରପିଏମରେ ୨୧ ହର୍ସ ପାୱରର ପିକ୍ ଆଉଟପୁଟ୍ ଓ ୩୫୦୦ ଆରପିଏମରେ ୨୯ ଏନଏମର ଟର୍କ ଜେନେରେଟ୍ କରିଥାଏ । ବିଏସ ୪ ଇଞ୍ଜିନରେ ୫୫୦୦ ଆରପିଏମରେ ୨୧ ହର୍ସ ପାୱର ଓ ୪୫୦୦ ଆରପିଏମରେ ୨୯ ଏନଏମର ଟର୍କ ମିଳିଥାଏ ।

ଇମ୍ପିରିଆଲ ୪୦୦କୁ ଭାରତରେ ପ୍ରଥମ ଥର ଅକ୍ଟୋବର ୨୦୧୯ରେ ୧.୬୯  ଲକ୍ଷ ଟଙ୍କା ଦାମରେ ଅଣାଯାଇଥିଲା । ଏହାକୁ ମର୍ଡନ-କ୍ଲାସିକ୍ କୁହାଯାଉଥିଲା, ଯେଉଁଥିରେ ଦାମ ହିସାବରେ ରୟଲ ଏନଫିଲ୍ଡ ୩୫୦କୁ ଚାଲେଞ୍ଜ ଦେଉଥିଲା । ଏବେ ନୂଆ ଦାମକୁ ଦେଖିବା ତ ଇମ୍ପିରିୟଲ ୪୦୦ ବେସ୍ ଡୁଆଲ୍-ଚ୍ୟାନେଲ୍ ଏବିଏସର କ୍ଲାସିକ୍ ୩୫୦(୧.୬୭ ଲକ୍ଷ ଟଙ୍କା)ରୁ ୩୦,୦୦୦ ଟଙ୍କା ଅଧିକ ମହଙ୍ଗା ।

ବେନେଲି ଘୋଷଣା କରିଛି ଯେ, ବିଏସ ୬ ଇମ୍ପିରିୟଲ ୪୦୦ ପାଇଁ ବୁକିଂ ୬,୦୦୦ ଟଙ୍କାରେ କରାଯାଉଛି । ଏହାକୁ ଅନଲାଇନରେ ମଧ୍ୟ ବୁକ୍ କରିହେବ । ମୋଟରସାଇକେଲ ଡେଲିଭରୀ ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହେବ । ଏହା ବ୍ୟତୀତ ମୋଟର ସାଇକେଲ ଉପରେ ୩ ବର୍ଷ/ଅନଲିମିଟେଡ୍ କିମି ୱାରେଣ୍ଟ ମଧ୍ୟ ପ୍ରଦାନ କରାଯାଉଛି ।

   Related Posts