ଲକ୍‌ଡାଉନ୍‌ ବେଳେ ଚୀନ ନାକ ତଳେ ପୋଲ ନିର୍ମାଣ କଲା ଭାରତ, ସେନା ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ, ଡ୍ରାଗନକୁ ଲାଗିବ ଝଟକା

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୦୪: ବର୍ଡର ରୋଡ୍ ଅର୍ଗାନାଇଜେସ(BRO) ଅରୁଣାଚଳ ପ୍ରଦେଶର ସୁବନସିରି ନଦୀ ଉପରେ ମାତ୍ର ୨୭ ଦିନରେ ଡେପୋରିଜ୍ ପୋଲ ନିର୍ମାଣ କରିଛି। ଏହ ପୋଲ ଭାରତ-ଚୀନ ସୀମାରେ ବାସ୍ତବ ନିୟନ୍ତ୍ରଣ ରେଖା(LAC) ପର୍ଯ୍ୟନ୍ତ ୪୦ ଟନ୍ ଓଜନର ବାହାନକୁ ପହଞ୍ଚାଇବାରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି ପୋଲର ଉଦଘାଟନ କରିଛନ୍ତି। ଏହି ଅଞ୍ଚଳ ଚୀନ ସୀମା ସଂଲଗ୍ନ ଅଟେ। ଦୁଇ ଦେଶ ମଧ୍ୟରେ ପୁରାତନ ସୀମା ବିବାଦ ରହିଛି। ତେଣୁ ଭାରତର ଏହି ପଦକ୍ଷେପ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗକୁ ହଜମ ହେବ ନାହିଁ।

ରାଜନୈତିକ ବିଶେଷଜ୍ଞ ନୀତିନ ଗୋଖଲେ କହିଛନ୍ତି, ସୀମାର ଏହି ଅଞ୍ଚଳରେ ପୂର୍ବରୁ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ରହିଛି। ତେଣୁ ସ୍ଥିତିକୁ ଦେଖିଲେ ଏଠାରେ ଯୋଗାଯୋଗ ଭାରତ ପାଇଁ ନିହାତି ଜରୁରୀ ଥିଲା। ନୂତନ ସଡକ ଓ ଏହି  ବ୍ରିଜ୍ ସେନାକୁ ସାମଗ୍ରୀ ସହିତ ଅସ୍ତ୍ର ଶସ୍ତ୍ର ପହଞ୍ଚାଇବାରେ ବେଶ୍ ସହାୟକ ହେବ। ନିକଟରେ ଭାରତର ଏହା ହେଉଛି ଦ୍ଵିତୀୟ ଏମିତି ପଦକ୍ଷେପ ଯାହା ଚୀନକୁ ଅସନ୍ତୁଷ୍ଟ କରିପାରେ। କିଛି ଦିନ ପୂର୍ବେ ଭାରତ  ଭାରତରେ ନିବେଶ ନେଇ ଏଫଡିଆଇ ନିୟମରେ ପରିବର୍ତ୍ତନ କରିଥିଲେ। ଯାହାକୁ ନେଇ ଚୀନ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା।

ଏହି ଅଞ୍ଚଳରେ ହୋଇଥିଲା ଡୋକଲାମ ବିବାଦ

{"id":259548,"sizeSlug":"large"}

୧୯୬୨ରେ ଭାରତ ଓ ଚୀନ ଯୁଦ୍ଧ ପରେ ୨୦୧୭ରେ ଡୋକଲାମ ବିବାଦ ହୋଇଥିଲା। ଏକ ମାସରୁ ଅଧିକ ସମୟ ଧରି ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ରହିଥିଲେ। ଡୋକଲାମ ଉପରେ ଚୀନ ଓ ଭୂଟାନ ନିଜର ଅଞ୍ଚଳ ବୋଲି ଦାବି କରି ଆସୁଛନ୍ତି। ଚୀନ ସେନା ଡୋକଲାମରେ ଭୂଟାନକୁ ନାଲି ଆଖି ଦେଖାଇ ସଡକ ନିର୍ମାଣରେ ଜୁଟିଥିଲା। ଏହାପରେ ଭୂଟାନର ସହାୟତା ଲାଗି ଭାରତୀୟ ସେନା ଡୋକଲାମ ପହଞ୍ଚି ଯାଇଥିଲେ।

{"id":259549,"width":581,"height":382,"sizeSlug":"large"}

ନିରବ ରହିଛି ଚୀନ

ଚୀନର ବୈଦେଶିକ ମନ୍ତ୍ରଣାଳୟ ସଂପ୍ରତି ଏହି ବ୍ରିଜ୍ ନିର୍ମାଣ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଦୁଇ ଦେଶ ମଧ୍ୟରେ ୩,୪୮୮ କିଲୋମିଟର ଲମ୍ବାର ସୀମା ରହିଛି। କିନ୍ତୁ ଏ ଯାଏ ସୀମା ନିର୍ଦ୍ଧାରିତ ହୋଇ ନାହିଁ। ଏଥିପାଇଁ ଦୁଇ ଦେଶ ମଧ୍ୟରେ ଅନେକ ଥର ବିବାଦୀୟ ସ୍ଥିତି ଉପୁଜିଥାଏ। ଭାରତୀୟ ସେନାର ମୁଖପାତ୍ରଙ୍କ ଅନୁଯାୟୀ ଦୁଇ ଦେଶର ଭିନ୍ନ ଭିନ୍ନ ଦାବି ରହିଛି। ସେହି ଦୃଷ୍ଟିରୁ ଅନେକ ଥର ବିବାଦ ମଧ୍ୟ ହୋଇଥାଏ। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ଭାରତ ସୀମା ସଂଲଗ୍ନ ଅଞ୍ଚଳରେ ନିର୍ମାଣ ଓ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକୁ ପ୍ରାଧ୍ୟାନ୍ୟ ଦିଆଯାଇଛି। ସରକାରଙ୍କ କହିବା କଥା ସର୍ବନିମ୍ନ ସେବାର  ବିସ୍ତାର କାରଣ କୌଣସି ଦେଶ ନୁହଁ ବରଂ ଏଠାକାର ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବ।

{"id":259550,"width":587,"height":468,"sizeSlug":"large"}

ଅଧିକାଂଶ କାମ ଲକ୍‌ଡାଉନ୍‌ରେ ହେଲା

ଏହି ପୋଲର ଅଧିକାଂଶ ନିର୍ମାଣ ଦେଶରେ ଜାରି ଲକ୍‌ଡାଉନ୍‌ ସମୟରେ  ହିଁ ହୋଇଛି। ଯେବେ ପୂରା ଦେଶ ବନ୍ଦ ଥିଲା, ତେବେ ବିଆରଓ ଯବାନ ଦିନ ରାତି ନିଜ କାମରେ  ଜୁଟି ଥିଲେ। ଏହି ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯବାନ ଆବଶ୍ୟକ ନିୟମ ମଧ୍ୟ ପାଳନ କରିଥିଲେ। ସୋମବାର ଦିନ ଏହି ପୋଲ ଜନତାଙ୍କ ପାଇଁ ଖୋଲି ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ବିଆରଓ ମାର୍ଚ୍ଚ ୧୭ରୁ ଏହି ପୋଲର ନିର୍ମାଣ ଆରମ୍ଭ କରିଥିଲେ ଏବଂ ଏପ୍ରିଲ ୧୪ରେ ପୂରା କଲେ। କିନ୍ତୁ କରୋନା କାରଣରୁ ନିର୍ଦ୍ଧାରିତ ସମୟରେ ଏହି ପୋଲର କାମ ସରିବା ନେଇ ସନ୍ଦେହ ଥିଲା, ମାତ୍ର ଯବାନଙ୍କ ପରିଶ୍ରମ ସବୁ ଚ୍ୟାଲେଞ୍ଜକୁ ପ୍ରତିହତ କରିବାରେ ସଫଳ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.