Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବିବାହ ପୂର୍ବରୁ ଅନ୍ୟ ଯୁବକ ସହ ଚାଲିଥିଲା ପ୍ରେମ, ଆଉ ବାହାଘର ପରେ ବାପ ଘରକୁ ଆସି ଯୁବତୀ…

26/10/2021 at 7:21 PM

ଶ୍ରୀଗଙ୍ଗାନଗର, ୨୬/୧୦: ବଡ଼ ଧୁମ୍‌ଧାମ୍‌ରେ ହୋଇଥିଲା ବାହାଘର । ଜୀବନ ସାରା ଏକାଠି ଜିଇଁବେ ବୋଲି ମନରେ ଆଶା ମଧ୍ୟ ଥିଲା । ହେଲେ ତାହା ୪ଦିନ ଗଲାନି । ବର ସ୍ୱପ୍ନରେ ବି ଭାବି ନଥିଲା ଯେ ଏପରି ଦିନେ ଘଟିବ । ସେ କିଛି ଜାଣିବା ପୂର୍ବରୁ ତାକୁ ଝଟ୍‌କା ଲାଗି ସାରିଥିଲା । ବାହାଘରର ୪ ଦିନ ପରେ ବିବାହିତ ଯୁବତୀ ବାପଘରକୁ ଆସି ଫେରାର ହୋଇଯାଇଥିଲେ ।

ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲା ସୀମାବର୍ତ୍ତୀ ହିନ୍ଦୁମାଲକୋଟ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଦୁଲାପୁର କେରି ଗାଁର । ଯୁବତୀଜଣଙ୍କର ବାପଘରେ ଥିବା ସମୟରେ ଜଣଙ୍କ ସହିତ ଆଫେୟାର ଥିଲା । ବିବାହର ୪ ଦିନ ପରେ ଘରୁ ସୁନା ରୁପା ଗହଣା ସହିତ ନଗଦ ଟଙ୍କା ମଧ୍ୟ ନେଇ ସେ ଫେରାର ହୋଇଯାଇଥିଲା ।

ପୋଲିସର ସୂଚନାନୁସାରେ, ଦୁଲାପୁର କେରି ଗାଁର ପେମାରାମ ନାୟକ ଏକ ମାମଲା ଦାଏର କରିଥିଲେ। ସେ ଅକ୍ଟୋବର ୧୧ରେ ତାଙ୍କ ଝିଅ ଦୁର୍ଗା (୧୯)କୁ ଶ୍ରୀଗଙ୍ଗନଗରର ଏସସିବି ରୋଡରେ ଥିବା ଷ୍ଟ୍ରିଟ୍ ନମ୍ବର ୬ର ବାସିନ୍ଦା ସୁଭାଷ ନାୟକଙ୍କୁ ବିବାହ ଦେଇଥିଲେ। ବିବାହ ପରେ ଦୁର୍ଗା ପ୍ରଥମ ଥର ପାଇଁ ୧୪ ଅକ୍ଟୋବରରେ ପ୍ରଥମେ ତାଙ୍କ ବାପ ଘରକୁ ଆସିଥିଲେ । ସେ ୧୪-୧୫ ଅକ୍ଟୋବର ରାତି ପ୍ରାୟ ୧୨ଟା ସମୟରେ ଘରୁ ନିଖୋଜ ହୋଇଯାଇଥିଲେ। ସେ ଯିବାବେଳେ ୨ ଭରି ସୁନା ସହ ୨୫୦ଗ୍ରାମ ରୂପା ଅଳଙ୍କାର ଏବଂ ପ୍ରାୟ ୫୦ ହଜାର ଟଙ୍କା ନେଇ ଯାଇଥିବା ଏଥିରେ ଉଲ୍ଲେଖ ହୋଇଛି । ଏଫ୍‌ଆଇଆର୍‌ରେ ଡୁଲାପୁର କେରିର ଜଣେ ଯୁବକଙ୍କ ଉପରେ ଅଭିଯୋଗ କରିଛନ୍ତି ପେମାରାମ। ଏଥିରେ ସେ ଉକ୍ତ ଯୁବକ ତାଙ୍କ ଝିଅକୁ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିବା ଦର୍ଶାଇଛନ୍ତି । ମାମଲା ରୁଜୁ କରି ପୋଲିସ ଉଭୟଙ୍କୁ ଖୋଜୁଥିବା ଜଣାପଡ଼ିଛି ।

   Related Posts