ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ନବଜାତ ଶିଶୁ ଓ ମାର ମୃତ୍ୟୁ

Published By : Prameya-News7 Bureau | September 11, 2018 IST

ମାଲକାନଗିରି ୧୧/୯ : ବିଳମ୍ବରେ ଆମ୍ବୁଲାନ୍ସ ଆସିବା ଯୋଗୁଁ ପ୍ରସୂତି ମହିଳା ଓ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଅନ୍ତର୍ଗତ ପୁଟଗାଁରେ ଗତକାଲି ଜଣେ ଗର୍ଭବତୀ ମହିଳାଙ୍କ ପ୍ରସୂତି ନିମନ୍ତେ ଆମ୍ବୁଲାନ୍ସ କୁ ଫୋନ କରାଯାଇଥିଲା । ତେବେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ସହ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ମେଡିକାଲ ଯିବାରେ ମଧ୍ୟ ବିଳମ୍ବ ହୋଇଥିଲା । ଫଳରେ ବିଳମ୍ବରେ ଗର୍ଭବତୀ ଜଣକ ମେଡ଼ିକାଲରେ ପହଞ୍ଚି ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ନବଜାତ ମୃତ୍ୟୁ ବରଣ କରିଥିଲେ । ପରେ ପରେ ପ୍ରସୂତି ଜଣକ ମଧ୍ୟ ମୃତ୍ୟୁ ବରଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.