Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ପାଟଣାଗଡ଼ ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁପୁତ୍ର ନୂଆପଡ଼ାରୁ ଉଦ୍ଧାର

9/03/2019 at 6:29 PM

ବଲାଙ୍ଗୀର ୯/୩ : ପାଟଣାଗଡ଼ ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁପୁତ୍ର ମିଳିଲା । ନୂଆପଡ଼ା ଜିଲ୍ଲାର ଏକ ଦମ୍ପତ୍ତିଙ୍କ ଠାରୁ ଶିଶୁକୁ ଉଦ୍ଧାର କରିଛି ବଲାଙ୍ଗିର ପୋଲିସ । ଗଲା ୬ ତାରିଖରେ ପାଟଣାଗଡ଼ ହସ୍ପିଟାଲାରେ ଘନିଏନ୍ ଗାଁର ଜୟନ୍ତୀ ତାଣ୍ଡିଙ୍କ ପାଖରୁ ତାଙ୍କର ୪ଦିନର ଶିଶୁପୁତ୍ରକୁ ଚୋରାଇ ନେଇଥିଲେ ଜଣେ ମହିଳା । ଆଶାକର୍ମୀ ବେଶରେ ଆସିଥିବା ମହିଳା ଜଣକ ସମ୍ପର୍କୀୟ ବୋଲି ପରିଚୟ ଦେଇ ପିଲାଟିକୁ ଖେଳାଇନେବା ବାହାନାରେ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଥିବା ବଲାଙ୍ଗିର ପୋଲିସକୁ ଶେଷରେ ମିଳିଛି ସଫଳତା । ନୂଆପଡ଼ାର ଏକ ଦମ୍ପତ୍ତିଙ୍କ ଠାରୁ ଉଦ୍ଧାର ହୋଇଥିବା ଶିଶୁଟି ସୁରକ୍ଷିତ ଥିବା ସାହ ତା’ର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି ।

ଗିରଫ ସ୍ବାମୀ ସ୍ତ୍ରୀଙ୍କୁ ପୋଲିସ ଜେରା କରିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ଧରାପଡ଼ିଥିବା ଦମ୍ପତ୍ତି କୌଣସି ଶିଶୁଚୋରୀ ରାକେଟ୍ ସହ ସମ୍ପୃକ୍ତ ନା’ କୌଣସି ଲୋଭର ବଶବର୍ତ୍ତୀ ହୋଇ ଶିଶୁପୁତ୍ରକୁ ଚୋରି କରିନେଇଥିଲେ ଖୁବ୍ ଶୀଘ୍ର ତା’ର ପର୍ଦ୍ଦାଫାସ ହେବ ।

   Related Posts