ନବଜାତ ଶିଶୁ କନ୍ୟା ଉଦ୍ଧାର, ମେଡିକାଲରେ ଭର୍ତ୍ତି
8/08/2019 at 8:13 AM

ନୀଳଗିରି ୮|୮: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ମହିସାପଟା ପଞ୍ଚାୟତର ଶାଳବଣି ଗ୍ରାମରେ ଆରତୀ ସିଂଙ୍କ ଘରେ କେହି ଜଣେ ଏକ ନବଜାତ ଶିଶୁକନ୍ୟାକୁ ଛାଡି ଦେଇଥିବା ଦେଖିବାକୁ ମିଳିଛି। ଶିଶୁକନ୍ୟାଟି ଜୀବିତ ଥିବାବେଳେ ରାତିରେ ଗ୍ରାମବାସୀ ଚାଇଲ୍ଡ ଲାଇନ ସଦସ୍ୟଙ୍କୁ ଫୋନ୍ କରିଥିଲେ ହେଁ କେହି ଫୋନ୍ ଉଠାଇନଥିଲେ।

ରାତିରେ ଶିଶୁଟି ଆରତୀ ପାଖରେ ଥିବାବେଳେ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାର ସୂଚନା ମିଳିଛି । ତେବେ ଗ୍ରାମର ଆଶା ଭାରତୀ ସିଂ ଓ ଶଙ୍କର ସିଂ ବାଲେଶ୍ବର ହସ୍ପିଟାଲରେ ରହି ଶିଶୁଟିର ଦେଖାଶୁଣା କରୁଥିବା ଜଣାପଡିଛି ।