Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ପୁଣି ଅଲୋଡା ଶିଶୁକନ୍ୟା, ରାସ୍ତା କଡରୁ ଉଦ୍ଧାର କଲେ ଗ୍ରାମବାସୀ

10/01/2020 at 12:34 PM

ଯାଜପୁର ୧୦।୧: ପୁଣି ଅଲୋଡା ଶିଶୁକନ୍ୟା । ଯାଜପୁର ବଡଚଣା ତିଳପଦା ଗାଁ ନିକଟରେ ରାସ୍ତା କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକମାନେ ଶିଶୁକନ୍ୟାକୁ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିଛନ୍ତି।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ବଡଚଣା ତିଳପଦା ଗାଁ ନିକଟରେ ରାସ୍ତା କଡରେ ପଡି ନବଜାତ ଶିଶୁକନ୍ୟା କାନ୍ଦୁଥିବା ବେଳେ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକମାନେ ପ୍ରଥମେ ଶିଶୁଟିକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି। ଏହାପରେ ଗ୍ରାମବାସୀମାନେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ସୂଚନା ଦେଇଥିଲେ । ଶିଶୁଟି ୩ରୁ ୪ ଦିନର ହୋଇଥିବା ଅନୁମାନ କରାଯାଉଛି । କେହି ଶିଶୁକନ୍ୟାଙ୍କୁ ରାସ୍ତା କଡରେ ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି ।

   Related Posts