ପୁଣି ଶିଶୁ କନ୍ୟା ଅଲୋଡା, ଅଳିଆ ଗଦାରେ ପଡି କାନ୍ଦୁଥିବା ବେଳେ ଉଦ୍ଧାର

Published By : Prameya-News7 Bureau | July 22, 2021 IST

ଅନୁଗୋଳ ୨୨।୭: ପୁଣି ଶିଶୁ କନ୍ୟା ହେଲେ ଅଲୋଡା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ରଗୁଡିଆପଡା ଗାଁରେ ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ସମୟରେ ରଗୁଡ଼ିଆ ଗାଁର ଶାନ୍ତି ନାଏକ ଅଳିଆ ପକାଇବାକୁ ରଗୁଡ଼ିଆପଡା ନାଳ ନିକଟକୁ ଯାଇଥିଲେ । ଏହି ସମୟରେ ଗୋଟିଏ ଶିଶୁ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ନିକଟକୁ ଯାଇ ଦେଖିବା ବେଳକୁ ଏକ ଶିଶୁ କନ୍ୟା ନାଳ ନିକଟରେ ପଡିଥିବା ଦେଖିଥିଲେ । ଶାନ୍ତି ଉକ୍ତ ସ୍ଥାନରୁ ଶିଶୁ କନ୍ୟାକୁ ଉଦ୍ଧାର କରି ଘରେ ରଖିଥିବା ଜଣାପଡ଼ିଛି । ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ କି ପ୍ରଶାସନ ପହଞ୍ଚି ନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.