Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ପୁଣି ଅଲୋଡା ହେଲା ଶିଶୁ କନ୍ୟା : ଅଳିଆ ଗଦାରୁ ଉଦ୍ଧାର କଲେ ଲୋକ

22/10/2019 at 2:40 PM

କଟକ ୨୨।୧୦: ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । କଟକ ସୂତାହାଟ ଉପର ସାହିର ଏକ ପରିତ୍ୟକ୍ତ ସ୍ଥାନରେ କେହି ଜଣେ ଶିଶୁ କନ୍ୟାକୁ ଫୋପାଡି ଦେଇ ଚାଲିଯାଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲର ଭର୍ତ୍ତି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ସୂତାହଟ ଉପର ସାହିର ଏକ ଅଳିଆ ଗଦା ନିକଟରେ ସଫେଇ କରାଯିବ ପରେ ଏକ ଜରିରେ ଗୋଟିଏ ଶିଶୁ କନ୍ୟା ପଡିଥିବା ଦେଖିବାକୁ ମିଳିଥିଲା । ପରେ କିଛି ଲୋକ ତୁରନ୍ତ ଶିଶୁ କନ୍ୟାକୁ ଉଦ୍ଧାର କରି ପ୍ରଥମେ ସିଟି ହସପିଟାଲ ଓ ପରେ ଶିଶୁ ଭବନରେ ଭର୍ତ୍ତି କରିଥିଲେ । ତେବେ ବର୍ତ୍ତମାନ ଶିଶୁ ଭବନର ଆଇସିୟୁରେ ଉଦ୍ଧାର ଶିଶୁ କନ୍ୟାର ଚିକିତ୍ସା ଜାରି ରହିଥିବା ବେଳେ ତାର ଅବସ୍ଥା ଭଲ ଥିବା ଜଣା ପଡିଛି ।

   Related Posts