ଅଲୋଡା ହେଲା ଶିଶୁ କନ୍ୟା, ବୁଦା ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

Published By : Prameya-News7 Bureau | September 15, 2019 IST

ନିଶ୍ଚିନ୍ତକୋଇଲି ୧୫।୯: ପୁଣି ଅଲୋଡା ହେଲା ଶିଶୁ କନ୍ୟା । କଟକ ଜିଲ୍ଲା ମାହାଙ୍ଗା ଥାନା ଗୁଣୁପୁର ଗ୍ରାମର ୧୩ ନମ୍ବର ୱାର୍ଡ ଭିତରେ ଦେଖିବାକୁ ମିଳୁଛି ଅଭାବନୀୟ ଦୃଶ୍ୟ । ଗାଁର ଏକ ବୁଦା ମୂଳେ ନବଜାତ ଶିଶୁଟିର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହି ଶିଶୁଟି କନ୍ୟା ସନ୍ତାନ ବୋଲି ଜଣାପଡିଛି ।  ତେବେ କିଏ କିପରି ଓ କାହିଁକି ଏହି ଅଜଣା ଶିଶୁଟିକୁ ବୁଦା ମୂଳରେ ଫିଙ୍ଗି ଦେଇଛି ସେ ନେଇ ନନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.