ପୁଣି ଅଲୋଡା ଶିଶୁ କନ୍ୟା ; ମାଟି ତଳୁ ଜୀବିତ ନବଜାତ ଶିଶୁ କନ୍ୟା ଉଦ୍ଧାର

Published By : Prameya-News7 Bureau | January 28, 2019 IST

ଜୟପୁର ୨୮|୧:  ପୁଣି ଅଲୋଡା ଶିଶୁ କନ୍ୟା । ଜୟପୁର ନିକଟସ୍ଥ କେବିଡିରୁ ମାଟି ତଳୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କଲେ ଗ୍ରାମବାସୀ । ଜନ୍ମ ଦେବା ପରେ କେହି ମାଟି ତଳେ ପୋତି ଦେଇଥିବା ସନ୍ଦେହ କରାଯାଉଛି । ଶିଶୁକୁ ଉଦ୍ଧାର କରି ରାବଣାଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଶିଶୁଟିର ଅବସ୍ଥାରେ ଗୁରୁତର ହେବାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଚାଇଲ୍ଡ ଲାଇନ୍ ଓ ସିଡବ୍ଲୁସି କର୍ମଚାରୀ ପହଞ୍ଚି ଡାକ୍ତରଙ୍କୁ ଶିଶୁଟି ସଂପର୍କରେ ପଚାରି ବୁଝିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.